ETV Bharat / city

ସଢୁ ପରେ ବିରଞ୍ଜିଙ୍କ ପତ୍ନୀ କଲେ ଆଗୁଆ ଜାମିନ ଆବେଦନ - ଓଏସଏସସି ପିଏସ ବିରଞ୍ଚି ମାମଲା

ସଢୁଙ୍କ ପରେ ଏବେ ଆଗୁଆ ଜାମିନ ଆବେଦନ କଲେ ଗିରଫ ଓଏସଏସସି ସଦସ୍ୟଙ୍କ ପିଏସ ବିରଞ୍ଚିଙ୍କ ପତ୍ନୀ । ଅଧିକ ପଢନ୍ତୁ...

ସଢୁ ପରେ ବିରଞ୍ଜିଙ୍କ ପତ୍ନୀ କଲେ ଆଗୁଆ ଜାମିନ ଆବେଦନ

author img

By

Published : Aug 11, 2021, 10:40 AM IST

କଟକ: ସଢୁ ପରେ ଏବେ ଆଗୁଆ ଜାମିନ ଆବେଦନ କଲେ ଗିରଫ ଓଏସ୍‌ଏସସି ସଦସ୍ୟଙ୍କ ପିଏ ବିରଞ୍ଚିଙ୍କ ପତ୍ନୀ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍(ଓଏସ୍‌ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ପତ୍ନୀ ସୁଧାଂଶୁବାଳା ସାହୁ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ହାଇକୋର୍ଟ‌ଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଆଜି(ବୁଧବାର) ସୁଧାଂଶୁବାଳାଙ୍କ ପକ୍ଷରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ଖାରଜ ହେବା ପରେ ବିରଞ୍ଚି ହାଇକୋର୍ଟରେ ଆବେଦନ କରିଥିଲେ । ବିରଞ୍ଚିଙ୍କ ସଢୁ ମନୋରଞ୍ଜନ ସାହୁ ମଧ୍ୟ ଗତ ସପ୍ତାହରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।

ସୂଚନା ଅନୁଯାୟୀ ବିରଞ୍ଚିଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବିରଞ୍ଚି । ମାମଲାରେ ତାଙ୍କ ପତ୍ନୀ ଏବଂ ସଢୁଙ୍କ ହାତ ଥିବା ଅଭିଯୋଗ ମଧ୍ୟ ହୋଇଛି । ପତ୍ନୀଙ୍କ ନାଁରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇ ଥିବାବେଳେ ସଢୁଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ମିଳିଥିଲା । ତେବେ ଉଭୟ ଭିଜିଲାନ୍ସ ନଜରରେ ଥିବାରୁ ଆଗୁଆ ଜାମିନ ଆବେଦନ କରିଥିବା ଚର୍ଚ୍ଚା ହେଉଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.