ETV Bharat / city

‘ମୋ ସ୍କୁଲ ଅଭିଯାନ’କୁ କଟକରେ ସହଯୋଗ କରିବ OSL - ଓଡିଶା ଷ୍ଟିଭେଡର୍ସ ଲିମିଟେଡ

କର୍ପୋରେଟ ସାମାଜିକ ଦାୟିତ୍ବବୋଧର ପ୍ରମୁଖ ଅଂଶ ସ୍ବରୂପ ଓଡିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସଏଲ) ଓଡିଶା ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ‘ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ’ କୁ କଟକ ଜିଲ୍ଲାରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି। ଅଧିକ ପଢନ୍ତୁ...

Cuttack
Cuttack
author img

By

Published : Sep 27, 2021, 10:25 PM IST

କଟକ: କର୍ପୋରେଟ ସାମାଜିକ ଦାୟିତ୍ବବୋଧର ପ୍ରମୁଖ ଅଂଶ ସ୍ବରୂପ ଓଡିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସଏଲ) ଓଡିଶା ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ‘ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ’ କୁ କଟକ ଜିଲ୍ଲାରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟରେ ଥିବା ସ୍କୁଲମାନଙ୍କରେ ଭିତ୍ତିଭୂମି ଏବଂ ଗୁଣାତ୍ମକ ପରିବେଶ ଯୋଗାଇ ଦେବାକୁ ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ଉପକ୍ରମ ହେଉଛି ‘ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ’ ।

ଓଡିଶାରେ ଏକ ପ୍ରମୁଖ ଓ ଦାୟିତ୍ବ ସମ୍ପନ୍ନ କମ୍ପାନୀ ଭାବେ ଏହାର ‘ଜିରୋ ଏଫ ଇନିସିଏଟିଭ’ ଆଧାରରେ ଓଏସଏଲ କ୍ରୀଡା, ସଙ୍ଗୀତ ଓ ଅନ୍ୟାନ୍ୟ କାର୍ଯ୍ୟଧାରା ପାଇଁ (କୋଡିଏ ଲକ୍ଷ ଟଙ୍କା) ଯୋଗାଇ ଦେଇଛି । ଏହି ଅନୁଦାନ କେଉଁ ବିଦ୍ୟାଳୟରେ ବିନିଯୋଗ କରାଯିବ ତାହା ଜିଲ୍ଲାସ୍ତରୀୟ କମିଟି (ଡିଏଲସି) ସ୍ଥିର କରିବ ।

ଆଜି ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଏସଏଲ ଇଷ୍ଟେଟ ବିଭାଗର ମୁଖ୍ୟ ପିକେ ପଟ୍ଟନାୟକ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କୁ ଏହି ଅନୁଦାନ ବାବଦ ଚେକ ପ୍ରଦାନ କରିଛନ୍ତି । ଏହି ସହଯୋଗ ଓ ଅନୁଦାନ ସମ୍ପର୍କରେ ଓଏସଏଲ ଗ୍ରୁପ୍ର ପରିଚାଳନା ନିର୍ଦେଶକ ମହିମାନନ୍ଦ ମିଶ୍ର କହିଛନ୍ତି । ‘ଓଡିଶାରେ ପିଲାମାନଙ୍କ ବିକାଶ ପାଇଁ ଓଏସଏଲ ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ରାଜ୍ୟର ଉଜ୍ବଳ ଭବିଷ୍ୟତ ପାଇଁ ଏକ ବୃହତ୍ତର ପଦକ୍ଷେପ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.