ETV Bharat / city

ଏମ ଭି ପ୍ରସାଦଙ୍କ ଜାମିନ ଆବେଦନ ଖାରଜ, 3 ଦିନିଆ ରିମାଣ୍ଡରେ ନେବ EOW

author img

By

Published : Sep 14, 2021, 9:07 PM IST

ଚିଟଫଣ୍ଡ ମାମଲାରେ ଗିରଫ ବିଶାଖାପାଟଣା ପୂର୍ବତନ ବିଧାୟକ ଏମ ଭି ପ୍ରସାଦଙ୍କ ଜାମିନ ନାମଞ୍ଜୁର । ଜାମିନ ଆବେଦନ ଖାରଜ କଲା ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ । ଅଧିକ ପଢନ୍ତୁ...

opid court reject ex mla m v prasad bail plea
ଏମ ଭି ପ୍ରସାଦଙ୍କ ଜାମିନ ଆବେଦନ ଖାରଜ, 3 ଦିନିଆ ରିମାଣ୍ଡରେ ନେବ EOW

କଟକ: ଚିଟଫଣ୍ଡ ମାମଲାରେ ଗିରଫ ବିଶାଖାପାଟଣା ପୂର୍ବତନ ବିଧାୟକ ଏମ ଭି ପ୍ରସାଦଙ୍କ ଜାମିନ ନାମଞ୍ଜୁର । ଜାମିନ ଆବେଦନ ଖାରଜ କଲା ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ବା ଓପିଆଇଡି କୋର୍ଟ । ଚିଟଫଣ୍ଡ ଠକେଇ ମାମଲାରେ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା ଓଡିଶା ।

ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ପୂର୍ବତନ ବିଧାୟକ ଏମ ଭି ପ୍ରସାଦ ଗିରଫ ଘଟଣା । ଜାମିନ ଆବେଦନ ଖାରଜ କରିଲେ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ। ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁକୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଆସନ୍ତାକାଲି ଠାରୁ ରିମାଣ୍ଡ ଆରମ୍ଭ ହେବ । ୧୮ ତାରିଖରେ ଶେଷ ହେବ ରିମାଣ୍ଡ ଅବଧି । ଏହି ସମୟ ମଧ୍ୟରେ ଅର୍ଥନୈତିକ ଅପରାଧ ଶାଖା ତାଙ୍କ ନିକଟରେ ତଥ୍ୟ ଆଦାୟ କରିବ ।

ସୂଚନାଥାଉକି ଗତ ମାସ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ୱେଷ୍ଟର ପୂର୍ବତନ ବିଧାୟକ ଏମ ଭି ପ୍ରସାଦ ଚିଟଫଣ୍ଡ ଅର୍ଥ ଠକେଇ ମାମଲାରେ ଓଡିଶା ପୋଲିସର EOW ଆନ୍ଧ୍ରରେ ଚଢାଉ କରି ଗିରଫ କରିଥିଲା । ଏହାପରେ ତାଙ୍କ ସମସ୍ତ କାରବାର ତଥ୍ୟ ପ୍ରକାଶ କରିଥିଲେ । ଓଡିଶାରେ କିଭଳି ଚିଟଫଣ୍ଡ କମ୍ପାନୀ ନାମରେ କୋଟି କୋଟି ଟଙ୍କା ଠକେଇ କରିଥିଲେ ତାହା ପର୍ଦ୍ଦାଫାଶ ହୋଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.