କଟକ: ଆସନ୍ତା ମେ' ୧୦ ତାରିଖ ଠାରୁ କଟକ ବଡ ମେଡିକାଲରେ ଆଉଟଡୋରରେ (OPD) ରୋଗୀ ଦେଖାଇବା ପାଇଁ ଆରମ୍ଭ ହେବ ଅନଲାଇନ ଟିକେଟ ବୁକିଂ ସୁବିଧା । ଏନେଇ ଆଜି SCB ରେଜିଷ୍ଟ୍ରାର ଆଡମିନିଷ୍ଟ୍ରେସନ ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ସୁବିଧା ପାଇବା ପାଇଁ ରୋଗୀ କିମ୍ବା ସମ୍ପର୍କୀୟ www.eswasthya.odisha.gov.in ପୋର୍ଟାଲକୁ ଯାଇ ଅନଲାଇନ ମାଧ୍ୟମରେ ଓପିଡି ଟିକେଟ ରେଜିଷ୍ଟ୍ରେସନର ସୁବିଧା ନେଇପାରିବେ । ପ୍ରାୟ ସମୟରେ ବଡ ଡାକ୍ତର ଖାନାରେ ଡାକ୍ତରଙ୍କ ପରାମର୍ଶ ପାଇଁ ରୋଗୀ ଓ ପରିଜନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହା ସହ ଗୁରୁତର ଓ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ଆଉଟଡୋର ଟିକେଟ ଖଣ୍ଡେ ପାଇବା ପାଇଁ ଲମ୍ବା ଲାଇନ ସହ ମଧ୍ୟ ରାତ୍ରିରୁ ଲାଇନରେ ଛିଡା ହେବାକୁ ପଡୁଥିଲା । ତେବେ ବର୍ତ୍ତମାନ ଯଦି ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥା ସୁବ୍ୟବସ୍ଥିତ ହୁଏ, ତେବେ ରୋଗୀଙ୍କ ସମସ୍ୟାର ସମାଧାନ ହେବା ସହ ସଂପର୍କୀୟଙ୍କୁ ମଧ୍ୟ କିଛି ମାତ୍ରାରେ ଆଶ୍ବସ୍ତି ମିଳିବ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ