କଟକ: ଚିନ୍ତା ବଢ଼ାଉଛି ପିଆଜ ଦର । ବଜାର ବର୍ତ୍ତମାନ କିଲ ପିଛା 50 ରୁ 60 ଟଙ୍କା ଲେଖାଏଁ ବିକ୍ରି ହେଉଛି ପିଆଜ। ଯାହା ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଗୋଟିଏ ପଟେ ତୈଳ ଦର ହୁ ହୁ ହୋଇ ବୃଦ୍ଧି ପାଉଥିଲା ବେଳେ ଏବେ ପିଆଜ କନ୍ଦାଉଛି ସାଧାରଣ ଲୋକଙ୍କୁ । ତେବେ ଏହି ସମୟରେ କିଏ ଶୁଣିବ ଦୁଃଖ । ଦେଖନ୍ତୁ ଈଟିଭି ଭାରତର ସ୍ପେଶାଲ ରିପୋର୍ଟ ।
ଗତ ସପ୍ତାହ ଅପେକ୍ଷା ଚଳିତ ସପ୍ତାହରେ ପିଆଜ ଦର ଆକାଶ ଛୁଆଁ । 50 ରୁ 60 ଟଙ୍କା ରେ ପହଞ୍ଚିଲାଣି ପିଆଜ ଦର । ଯାହାଦ୍ୱାରା ସିଧାସଳଖ ପ୍ରଭାବିତ ହେଉଛନ୍ତି ଖାଉଟି । ପ୍ରଥମ ହେଉଛି କୋଭିଡ ସମୟରେ ଆର୍ଥିକ ସ୍ଥିତି ଦହନୀୟ । ଅନ୍ୟପଟେ ଖାଇବା ସମଗ୍ରୀ ପିଆଜ ଦର ବଢିବା ମୁଣ୍ଡ ରେ ହାତ ଦେଲେଣି ଖାଉଟି । ଆଉ ଏକ କିଲୋ କିଣିବାକୁ ମଧ୍ୟ ସକ୍ଷମ ନୁହଁନ୍ତି ଖାଉଟି । ତେବେ ଏହି ସ୍ଥିତି କୁ ଗ୍ରାହକ ଙ୍କ ମଧ୍ୟରେ ବଢ଼ିଗଲାଣି ଅନେକ ଚିନ୍ତା। ଛତ୍ରବଜାର କୁ ଆସୁଛି 4 ପ୍ରକାର ପିଆଜ । ଯାହା ବିଭିନ୍ନ ମୂଲ୍ୟ ରେ ହେଉଛି ବିକ୍ରି । କିନ୍ତୁ ସବୁଠୁ ସ୍ୱାଦିଷ୍ଟ ଓ ଚାହିଦା ପିଆଜ ହେଉଛି ନାସିକ ପିଆଜ । ଯାହା ରେଟ ଏବେ ଆକାଶ ଛୁଆଁ । ବ୍ୟବସାୟୀ ବି ଏପରି ସ୍ଥିତିରେ ଟେକି ଦେଲେଣି ହାତ । କାରଣ ଯେଉଁ ପିଆଜ ଦାମ ରହିଛି ସେଥିରେ ଲୋକେ ପିଆଜ କଣ ଭୁଲିବାକୁ କରିଲେଣି ଆରମ୍ଭ । ଏହାଦ୍ୱାରା ବ୍ୟବସାୟ ମଧ୍ୟ ତଳ ମୁଁହା ରହିଛି ହୋଲି କହିଛନ୍ତି ବ୍ୟବସାୟୀ । ଅନ୍ୟପଟେ ଯଦି କହିବା ନାସିକ ରୁ ପିଆଜ ଆମଦାନୀ ହେବା ପ୍ରକ୍ରିୟା ହୋଇଛି ମଁଥର । କାରଣ ଲଗାଣ ବର୍ଷା ଯୋଗୁଁ ଏପରି ସ୍ଥିତି ଉପୁଜିଛି । ଏହାଛଡ଼ା ଚାଷୀ ଆନ୍ଦୋଳନ ଯୋଗୁ ଅନ୍ୟ ରାଜ୍ୟ ମାନଙ୍କରୁ ପିଆଜ ଆମଦାନୀ ମଧ୍ୟ ହୋଇ ପାରୁନାହି । ଯାହାଦ୍ୱାରା ବର୍ତ୍ତମାନ ବଜାର ରେ ପିଆଜ କୁ ନେଇ ବଢ଼ିଛି ଚିନ୍ତ । ତେବେ ଆଗମୀ 15 ଦିନ ମଧ୍ୟରେ ସ୍ଥିତି ରେ ସୁଧାର ଆସିବା ନେଇ ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି ଦେବ ସାହୁ କହିଛନ୍ତି ।
ଗୋଟେ ପଟେ ତୈଳଦର ଲୋକଙ୍କ ପକେଟକୁ ମାରୁଥିବାବେଳେ ଅନ୍ୟପଟେ ପିଆଜ ଦର ବୃଦ୍ଧି ମଧ୍ୟ ଲୋକଙ୍କୁ ବେଡି ଉପରେ କୋରୋଡା ମାଡ ସଦୃଶ୍ୟ ହୋଇଛି । ତେବେ ପିଆଜ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହୋଇଥିବାବେଳେ ଏହାର ମୂଲ୍ୟ ଯଦି ଆକାଶ ଛୁଆଁ ହୁଏ ତେବେ ଖାଉଟିଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ