ETV Bharat / city

ପିଆଜ ଆଖିରେ ଲୁହ, ଖାଉଟି ଛାତିରେ କୋହ - ବେଲଗାମ ପିଆଜ ଦର

ବେଲଗାମ ପିଆଜ ଦର । ୧୨୦ ଟପିଲା ପିଆଜ ଦର। ଏପରିକି ବଜାରରୁ ପିଆଜ ଏକ ପ୍ରକାର ଗାଏବ ହୋଇଯାଇଛି ।

ONION PRICE
ପିଆଜ ଆଖିରେ ଲୁହ, ଖାଉଟି ଛାତିରେ କୋହ
author img

By

Published : Dec 4, 2019, 10:45 PM IST

କଟକ: ପିଆଜ ଦରରେ ନିଆଁ । ହୁହୁ ପିଆଜ ଦର ବୃଦ୍ଧିକୁ ନେଇ ଟେନସନରେ ଲୋକେ । ହାଣ୍ଡିଶାଳରୁ ପିଆଜ ଗାଏବ ହୋଇଯାଇଥିବା ବେଳେ ଏପଟେ ଦିନକୁ ଦିନ ବଢି ଚାଲିଛି ଦର । ଦୁଇ ଦିନ ତଳେ ଦର 80ରୁ 100 ଟଙ୍କା ଥିବାବେଳେ ଅଚାନକ ପିଆଜ ଦର ବୃଦ୍ଧି ପାଇଛି ।

ପିଆଜ ଆଖିରେ ଲୁହ, ଖାଉଟି ଛାତିରେ କୋହ

ହାଣ୍ଡିଶାଳକୁ ମହଙ୍ଗାମାଡ । ପୁଣି କନ୍ଦେଇଲା ପିଆଜ । ଆଜି ପିଆଜ ଦର 120 ପାର୍ କରିଛି । ଏପଟେ ବେଲଗାମ ଦରକୁ ଦେଖି ଗ୍ରାହକ ମଧ୍ୟ ପିଆଜରୁ ମୁହଁ ଫେରେଇଲେଣି । ଆବଶ୍ୟକ ପଡିଲେ କିଏ ଶହେ ଦୁଇ ଶହ ନେଉଛି ତ କିଏ ପୁଣି ଚଢା ଦର ଦେଖି ଫେରି ଯାଉଛି ।

ବଜାରରୁ ପିଆଜ ଏକ ପ୍ରକାର ଉଭାନ ହୋଇଯାଇଛି । ପ୍ରତ୍ୟେକ ବଜାରକୁ 7ରୁ10 ଟ୍ରକ ଆବଶ୍ୟକ ଥିବା ବେଳେ ଆସୁଛି ମାତ୍ର 40ରୁ 50 ପ୍ୟାକେଟ । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ଅନ୍ୟପଟେ ପିଆଜ ଦର କେବଳ ଖାଉଟି ନୁହେଁ ବ୍ୟବସାୟୀଙ୍କ ଚିନ୍ତାକୁ ବଢେଇ ଦେଇଛି । ଆଗକୁ ପିଆଜ ଯଦି ଆମଦାନୀ ନ କରାଯାଏ ଦର ଆହୁରି ଦର ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଆହୁରି ଗୋଟିଏ ମାସ ପର୍ଯ୍ୟନ୍ତ ଏହାର ଦର ଏପରି ଅପରିବର୍ତ୍ତିତ ରହିବ ବୋଲି ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ କହିଛନ୍ତି ।

ଆଗାମୀ ଦୁଇ ତିନି ମଧ୍ୟରେ ପିଆଜ ଦର ୧୫୦ ଛୁଇଁ ପାରେ ବୋଲି ଅନୁମାନ କରାଯାଉଛି । ଏପରି ପରିସ୍ଥିତିରେ କେବେ ପିଆଜ ଆମଦାନୀ ହେବ, ଦର ହ୍ରାସ ପାଇବ ତାହାକୁ ସମସ୍ତଙ୍କୁ ଅପେକ୍ଷା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବେଲଗାମ ପିଆଜ ଦର।ଆଜି ୧୨୦ ଟପିଲା ପିଆଜ ଦର।ଏପରିକି ବଜାରରୁ ପିଆଜ ଗାୟବ ହୋଇଗଲାଣି।ଏହାର ଦର ଆଗକୁ ବି ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛନ୍ତି ବ୍ୟବସାୟୀ ସଂଘ।ତେବେ ଆସନ୍ତା ଜାନୁଆରୀ ମାସ ପର୍ଯ୍ୟନ୍ତ ଏହାର ଦର ଉଚ୍ଚା ରହିବ।ଅନ୍ୟପଟେ ପିଆଜ ଦର ବୃଦ୍ଧି ଫଳରେ ପିଆଜ କିଣିବା ବନ୍ଦ କରିଦେଲେଣି ଗ୍ରାହକ।

Body:(ଭିଓ -୧) ପୁଣି ବଢ଼ିଲା ପିଆଜ ଦର।ଯେଉଁ ପିଆଜ ଦିନକ ପୂର୍ବରୁ କିଲୋପ୍ରତି ୯୦ ରୁ ୧୦୦ ଟଙ୍କା ଦର ରେ ବଜାରରେ ବିକ୍ରୟ ହେଉଥିଲା ,ତାହା ଆଜି ବି ବୃଦ୍ଧି ପାଇଛି। ଆଜି ବଜାରରେ ପିଆଜ କିଲୋ ୧୨୦ ରେ ବିକ୍ରୟ ହେଉଛି।ଗୋଦାମ ରେ ପିଆଜ ଦର କିଲୋପ୍ରତି ୧୧୦ ଟଙ୍କା ରେ ବିକ୍ରୟ ହେଉଥିବାବେଳେ ,ଖୁଚୁରା ରେ ଏହା କିଲୋପ୍ରତି ୧୨୦ ଟଙ୍କାରେ ବିକ୍ରୟ ହେଉଛି।ସବୁଠାରୁ ବଡ଼ କଥା ହେଉଛି ବଜାରରେ ପିଆଜ ବି ଆଉ ମିଳୁନାହିଁ।ସତେଯେପରି ବଜାରରୁ ପିଆଜ ଛୁ ମାରିଛି।ପ୍ରତ୍ୟକ ଦିନ ବଜାରକୁ ୭ ରୁ ୧୦ ଟି ଟ୍ରକ ରେ ପିଆଜ ଆବଶ୍ୟକ ଥିଲାବେଳେ ଏବେ ମାତ୍ର ୪୦ ରୁ ୫୦ ପ୍ୟାକେଟ ପିଆଜ ଆସୁଛି । ବାହାରୁ ଯଦି ପିଆଜ ଆମଦାନୀ କରାନଯାଏ,ତେବେ ଏହାର ଦର ଆହୁରି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛନ୍ତି ବ୍ୟବସାୟୀ ସଂଘ।ତେବେ ଆହୁରି ଗୋଟିଏ ମାସ ପର୍ଯ୍ୟନ୍ତ ଏହା ର ଦର ଏପରି ରହିବ ବୋଲି ଛତ୍ରବଜାର ବ୍ୟବସାୟୀ ସଂଘ ର ସମ୍ପାଦକ କହିଛନ୍ତି ।

ବାଇଟ - ଦେବେନ୍ଦ୍ରନାଥ ସାହୁ,ସମ୍ପାଦକ ,ଛତ୍ରବଜାର ବ୍ୟବସାୟୀ ସଂଘ।

(ଭିଓ -୨)ପିଆଜ ବଜାରରେ ସତେ ଯେପରି ନିଆଁ ଲାଗିଛି।ପିଆଜ ଏକ ଆବଶ୍ୟକୀୟ ପରିବା ହୋଇଥିଲାବେଳେ ଏହାର ଦର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି।ଖାଉଟି ଏବେ ପିଆଜ ରୁ ମୁହଁ ଲେଉଟେଇଲେଣି।ଆଜି ମଧ୍ୟ ପିଆଜର ଏପରି ଦର ଶୁଣି ଅନେକ ଗ୍ରାହକ ପିଆଜ ନ କିଣି ଫେରି ଯାଇଛନ୍ତି।କହିବାକୁ ଗଲେ ସେତିକି ଆବଶ୍ୟକ ନପଡିଲେ ପିଆଜ କିଣୁ ନାହାନ୍ତି ଗ୍ରାହକ।ଆବଶ୍ୟକ ପଡିଲେ ଏକ କିଲୋ ବଦଳରେ ଶହେ ,ଅଢେଇଶହ ନେଉଛନ୍ତି ଗ୍ରାହକ। କେବଳ ଖାଉଟି ନୁହେଁ ବରଂ ଦର ବୃଦ୍ଧି ଖୁଚୁରା ବ୍ୟବସାୟୀ ଙ୍କୁ ମଧ୍ୟ ପ୍ରଭାବିତ କରିଛି।ବ୍ୟବସାୟ ମାନଙ୍କର ବ୍ୟବସାୟ ନ ହେବାରୁ ହାତ ବାନ୍ଧି ବସିଛନ୍ତି ବ୍ୟବସାୟୀ।

ବାଇଟ - ଖାଉଟି।
ବାଇଟ - ଖାଉଟି।
ବାଇଟ - ଖୁଚୁରା ବ୍ୟବସାୟୀ।

Conclusion:ପରିସ୍ଥିତି ଏମିତି ଯେ ଆଗାମୀ ଦୁଇ ତିନି ମଧ୍ୟରେ ପିଆଜ ଦର ୧୫୦ ଛୁଇଁ ପାରେ ବୋଲି ଅନୁମାନ କରାଯାଉଛି।ଏପରି ପରିସ୍ଥିତିରେ ପିଆଜ ଦର ନିୟନ୍ତ୍ରଣ କରାନଗଲେ ଆଗକୁ କଣ ଯେ ହେବ ତାହା ନ କହିବା ଭଲ।କଟକରୁ ନାରାୟଣ ସାହୁ,ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.