କଟକ: ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି ପିଆଜ ଦର । ବଜାରକୁ ନାସିକ ପିଆଜ ଆସିବା ଆରମ୍ଭ ହୋଇଛି । ଯାହାଫଳରେ ଗତ ରବିବାର କଟକ ଛତ୍ରବଜାରରେ ପିଆଜ କିଲୋପ୍ରତି ୧୩୦ ରୁ ୧୪୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ସୋମବାର ଏହାର ଦର କମି କିଲୋ ପ୍ରତି ୧୧୦ ରୁ ୧୨୦ ଟଙ୍କାରେ ବିକ୍ରୟ ହେଉଛି ।
ଏପଟେ ହୋଲସେଲରେ ପିଆଜ ଦର ୧୦୦ରୁ ୧୧୦ ଟଙ୍କାରେ ବିକ୍ରୟ ହେଉଛି । ତେବେ ଦର କମିବାରୁ ବେପାର ଟିକେ ଭଲ ହେଉଥିବା ଖୁଚୁରା ବ୍ୟବସାୟୀ କହିଥିବା ବେଳେ ଖାଉଟିମାନେ 250 ଗ୍ରାମ ବଦଳରେ ୫00 ଗ୍ରାମ କିଣୁଛନ୍ତି । ତେବେ ଡିସେମ୍ବର ୧୦ ସୁଦ୍ଧା ଏହାର ଦର ୬୦ରୁ ୭୦ ଟଙ୍କାକୁ ଖସିବ ବୋଲି ବ୍ୟବସାୟୀ ସଂଘ ସମ୍ପାଦକ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ