କଟକ: ସ୍ୱର୍ଗଦ୍ୱାର ଶବ ସତ୍କାର ମାମଲାରେ ହାଇକୋର୍ଟରେ ବୁଧବାର ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । କୋରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଥିବାରୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବ ସତ୍କାର କରିବା ଉପରେ ପୁରୀ ଜିଲ୍ଲାପାଳ କଟକଣା କରିଥିବା ନେଇ ସତ୍ୟପାଠ ଦାଖଲ କରାଯାଇଛି ।
ତେବେ ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ ସ୍ୱର୍ଗଦ୍ୱାରରେ କେବଳ ପୁରୀ ଜିଲ୍ଲାର ଶବ ସତ୍କାର ପାଇଁ ଅନୁମତି ଦେଇଥିଲେ ପୁରୀ ଜିଲ୍ଲାପାଳ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ