ETV Bharat / city

Odisha Universities Act: ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ କାଏମ ରଖିଲେ ହାଇକୋର୍ଟ - ଓଡିଶା ହାଇକୋର୍ଟ ଅର୍ଡର

ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ (Odisha Universities Act amendment) କୁ କାଏମ ରଖିଲେ ହାଇକୋର୍ଟ । ସଂଶୋଧିତ ବିଶ୍ବବିଦ୍ୟାଳୟ ଆଇନ 2020 କୁ ଚାଲେଞ୍ଜ କରି ଦାଏର ଏକାଧିକ ମାମଲାକୁ କୋର୍ଟ ଖାରଜ କରିଛନ୍ତି।

Odisha High Court
Odisha High Court
author img

By

Published : Jan 24, 2022, 7:10 PM IST

କଟକ: ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ (Odisha Universities Act amendment) କୁ କାଏମ ରଖିଲେ ହାଇକୋର୍ଟ। ସଂଶୋଧିତ ବିଶ୍ବବିଦ୍ୟାଳୟ ଆଇନ 2020 କୁ ଚାଲେଞ୍ଜ କରି ଦାଏର ଏକାଧିକ ମାମଲାକୁ କୋର୍ଟ ଖାରଜ କରିଛନ୍ତି।

ଗତ ୨୦୨୦ ମସିହାରେ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ ପ୍ରଣୟନ କରିଥିଲେ। ଏହି ସଂଶୋଧିତ ଆଇନରେ କୁଳପତି, ପ୍ରାଧ୍ୟାପକ , ପାଠକ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ଗୁଡିକର ନିଯୁକ୍ତି ପ୍ରସଙ୍ଗରେ ସଂଶୋଧନ କରାଯାଇଥିଲା। କୁଳପତି ମାନଙ୍କ ଚୟନ ପାଇଁ ଗଠିତ କମିଟିରେ କୁଳାଧିପତିଙ୍କ ପ୍ରତିନିଧି ପରିବର୍ତ୍ତେ ଅବସରପ୍ରାପ୍ତ ପ୍ରଶାସକ ଏବଂ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ ପ୍ରତିନିଧିଙ୍କ ବଦଳରେ ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ସଦସ୍ୟଙ୍କୁ କମିଟିରେ ରଖିବାକୁ ଆଇନରେ ବ୍ୟବସ୍ଥା ହୋଇଛି ।

ସେହିଭଳି ବରିଷ୍ଠ ଅଧ୍ୟାପକ ମାନଙ୍କ ନିଯୁକ୍ତି ପାଇଁ ପ୍ରବେଶିକା ପରୀକ୍ଷା ପାଇଁ ସଂଶୋଧିତ ନିୟମରେ ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଏଭଳି ସଂଶୋଧନ ବ୍ୟବସ୍ଥା UGC ଆଇନ ର ଉଲଂଘନ କରୁଥିବା ଦର୍ଶାଇ ଏକାଧିକ ମାମଲା ହୋଇକୋର୍ଟରେ ଦାଏର ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.