କଟକ: ମାଓ ମୁକାବିଲା ନେଇ ଓଡିଶା ଓ ଛତିଶଗଡ଼ ପୋଲିସର ଗୁରୁତ୍ବପୂର୍ଣ୍ଣ ବୈଠକ । ମଙ୍ଗଳବାର ଭର୍ଚୁଆଲରେ ଦୁଇ ରାଜ୍ୟର ପୋଲିସ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏଥିରେ ଉଭୟ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ଅନେକ ବରିଷ୍ଠ ପଦାଧିକାରୀ ସାମିଲ ହୋଇଛନ୍ତି ।
![ଓଡିଶା-ଛତିଶଗଡ ପୋଲିସ ବୈଠକ; ମାଓ ମୁକାବିଲା ଉପରେ ଆଲୋଚନା](https://etvbharatimages.akamaized.net/etvbharat/prod-images/od-ctc-03-dgmeeting-avo-od10038_16112021215024_1611f_1637079624_598.jpg)
ବିଶେଷକରି ମାଓ ଗତିବିଧି ଓ ଅନ୍ତଃରାଜ୍ୟ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଦୁଇ ରାଜ୍ୟ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଦିନକୁ ଦିନ ଓଡିଶା ଓ ଛତିଶଗଡ ସୀମାରେ ମାଓବାଦୀ ସକ୍ରିୟ ହେଉଛନ୍ତି । ତେଣୁ ମିଳିତ ଭାବେ ଏହାର ମୁକାବିଲା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାବ୍ୟତୀତ ଅନ୍ୟାନ୍ୟ ଅପରାଧିକ ମାମଲାରେ ଉଭୟ ରାଜ୍ୟର ପୋଲିସ ମିଳିତ ଭାବେ କାର୍ଯ୍ୟ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।
![ଓଡିଶା-ଛତିଶଗଡ ପୋଲିସ ବୈଠକ; ମାଓ ମୁକାବିଲା ଉପରେ ଆଲୋଚନା](https://etvbharatimages.akamaized.net/etvbharat/prod-images/od-ctc-03-dgmeeting-avo-od10038_16112021215024_1611f_1637079624_834.jpg)
![ଓଡିଶା-ଛତିଶଗଡ ପୋଲିସ ବୈଠକ; ମାଓ ମୁକାବିଲା ଉପରେ ଆଲୋଚନା](https://etvbharatimages.akamaized.net/etvbharat/prod-images/od-ctc-03-dgmeeting-avo-od10038_16112021215024_1611f_1637079624_1101.jpg)
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ