କଟକ: ପଶ୍ଚିମବଙ୍ଗ ଅଭିମୁଖେ ବାହାରିଲା ଓଡିଶା ଅଗ୍ନିଶମ ବିଭାଗ । 300 କର୍ମଚାରୀ ଓ ସମସ୍ତ ଯନ୍ତ୍ରପାତି ସହ ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଗସ୍ତ ଆରମ୍ଭ କରିଛି ବିଭାଗ ।
ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପଶ୍ଚିମବଙ୍ଗ ହେଉଛି କୋରୋନା ହଟସ୍ପଟ । ସେଥିପାଇଁ ସମସ୍ତ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ପିପିଇ ଯୋଗାଇ ଦିଆଯାଇଛି । ଯେପରି କୋରୋନା କବଳରୁ ମୁକ୍ତି ପାଇବେ ସମସ୍ତ କର୍ମଚାରୀ । ତେବେ ବାତ୍ୟା ଅମ୍ଫାନ ପରେ କଲିକତାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସୁଧାର ଆଣିବା ପାଇଁ ଏହି ଟିମ ପଶ୍ଚିମବଙ୍ଗ ଅଭିମୁଖେ ବାହାରି ସାରିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଭାଟିଭି ଭାରତ