କଟକ: କଟକ ମହାନଗର ନିଗମର ନିର୍ବାଚନୀ ରଣାଙ୍ଗନାରେ ଏବେ ରାଜ୍ୟ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ । ଗୁରୁବାର ରାଜା ସ୍ୱାଇଁ ପ୍ରଚାର କରିଥିବାବେଳେ ଆଜି(ଶୁକ୍ରବାର) ଆଇନମନ୍ତ୍ରୀ ପ୍ରତାପ ଜେନା ଏକାଧିକ କର୍ପୋରେଟର ପ୍ରାର୍ଥୀ, ପ୍ରାର୍ଥୀନୀଙ୍କୁ ସାଙ୍ଗରେ ନେଇ ରୋଡ଼ ସୋ କରିଛନ୍ତି। ସହରର ବିକାଶଧାରାକୁ ପ୍ରସଙ୍ଗ କରି ଆଜି ବିଧିବଦ୍ଧ ଭାବରେ ଆଇନମନ୍ତ୍ରୀ କଟକରେ ପ୍ରଚାର ଆରମ୍ଭ କରିଛନ୍ତି ।
ଦୋଳମୁଣ୍ଡାଇରୁ ଏକ ବିରାଟ ପଟୁଆରରେ ପ୍ରତାପ ଦଳୀୟ କର୍ପୋରେଟର ପ୍ରାର୍ଥୀ ପ୍ରାର୍ଥୀନୀଙ୍କୁ ଧରି ଜନ ସମର୍ଥନ ଲୋଡିଛନ୍ତି । ଜନତା ଏଥର ମଧ୍ୟ ବିଜେଡିକୁ ସର୍ବାଧିକ ଭୋଟ ଦେବା ସହିତ ତୃତୀୟ ଥର ପାଇଁ ସିଏମସି ଦାୟିତ୍ୱ ଦେବେ ବୋଲି ସେ କହିଛନ୍ତି । ସେହିପରି ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ଏହି ପ୍ରଚାରରେ ସାମିଲ ହୋଇ ଦଳ ସପକ୍ଷରେ ମତଦାନ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ