ETV Bharat / city

Sumit-Tapaswini Marital Discord: ରାୟ କାଏମ ରଖିଲେ ହାଇକୋର୍ଟ, ସୁମିତ ଦେବେ ୧୭ ହଜାର

author img

By

Published : Feb 2, 2022, 7:10 PM IST

କିଛି ଦିନ ପରେ ପୁଣିଥରେ ବହୁଚର୍ଚ୍ଚିତ ସୁମିତ-ତପସ୍ବିନୀ ବିବାଦ ମାମଲା ଚର୍ଚ୍ଚାକୁ ଫେରିଛି । ଭରଣପୋଷଣ ନେଇ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ କାଏମ ରଖିଛନ୍ତି ହାଇକୋର୍ଟ। ଅଧିକ ପଢନ୍ତୁ

Tapaswini
Tapaswini

କଟକ: କିଛି ଦିନ ପରେ ପୁଣି ଥରେ ବହୁଚର୍ଚ୍ଚିତ ସୁମିତ-ତପସ୍ବିନୀ ବିବାଦ ମାମଲା ଚର୍ଚ୍ଚାକୁ ଫେରିଛି । ଭରଣପୋଷଣ ନେଇ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ କାଏମ ରଖିଛନ୍ତି ହାଇକୋର୍ଟ। ଭରଣ ପୋଷଣ ବାବଦକୁ ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଶାଶୂ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଗଞ୍ଜାମ ଜିଲ୍ଲା ଦୌରାଜଜ। ଜିଲ୍ଲା ଦୌରାଜଜଙ୍କ ଏହି ନିର୍ଦ୍ଦେଶନାମା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୁମିତ ।

ସୁମିତ ଦେବେ ୧୭ ହଜାର

ଆଜି ମାମଲାର ପ୍ରାରମ୍ଭିକ ଶୁଣାଣି କରି ତଳକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 15 ତାରିଖରେ କରିବାକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ହାଇକୋର୍ଟରେ ତପସ୍ବିନୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.