ETV Bharat / city

ଟେଲିଗ୍ରାମରେ ମିଳିବ ହାଇକୋର୍ଟ ତଥ୍ୟ

author img

By

Published : Jul 14, 2021, 10:40 PM IST

ଆସନ୍ତା 19 ତାରିଖରୁ ଟେଲିଗ୍ରାମ୍ ଚ୍ୟାନେଲରେ ମିଳିବ ଓଡ଼ିଶା ହାଇକୋର୍ଟଙ୍କ ତଥ୍ୟ । ଅଧିକ ପଢ଼ନ୍ତୁ...

odisha High court,  official Telegram channel of high court, ଟେଲିଗ୍ରାମରେ ହାଇକୋର୍ଟ ତଥ୍ୟ,  ଓଡ଼ିଶା ହାଇକୋର୍ଟ, ଟେଲିଗ୍ରାମରେ ମିଳିବ ଓଡ଼ିଶା ହାଇକୋର୍ଟଙ୍କ ତଥ୍ୟ
ଟେଲିଗ୍ରାମରେ ମିଳିବ ହାଇକୋର୍ଟ ତଥ୍ୟ

କଟକ: ହାତପାହାନ୍ତାରେ ମିଳିବ ଓଡ଼ିଶା ହାଇକୋର୍ଟଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ଓ ସୂଚନା । ଆଇନଜୀବୀ ଅବା ପ୍ରତିପକ୍ଷ ସମସ୍ତଙ୍କୁ ମିଳିବ କୋର୍ଟଙ୍କ ସମସ୍ତ ସୂଚନା । ସୋସିଆଲ ମିଡ଼ିଆ ଆପ ଟେଲିଗ୍ରାମରେ ମିଳିବ ଓଡ଼ିଶା ହାଇକୋର୍ଟଙ୍କ ତଥ୍ୟ ।

ଆସନ୍ତା 19 ତାରିଖରୁ ଟେଲିଗ୍ରାମ୍ ଚ୍ୟାନେଲରେ ସମସ୍ତ ତଥ୍ୟ ସେୟାର୍ କରାଯିବ । ଟେଲିଗ୍ରାମରେ ଆରମ୍ଭ ହୋଇଛି ହାଇକୋର୍ଟଙ୍କ ଅଫିସିଆଲ୍ ଚ୍ୟାନେଲ । ଏଥିରେ କୋର୍ଟର କାର୍ଯ୍ୟସୂଚୀ ସହ ସର୍କୁଲାର, ନୋଟିସ୍, ପ୍ରେସ୍ ଇସ୍ତାହାର ସବୁକିଛି ମିଳିବ । ଇଚ୍ଛୁକ ବ୍ୟକ୍ତି ଟେଲିଗ୍ରାମରେ ଓଡ଼ିଶା ହାଇକୋର୍ଟ ସହ ଯୋଡ଼ି ହୋଇ ଏହାର ଲାଭ ଉଠାଇ ପାରିବେ ।

ଚ୍ୟାନେଲକୁ ସବସ୍କ୍ରାଇବ୍ କଲା ପରେ ମୋବାଇଲକୁ ଆସିବ ପ୍ରତିଟି ଅପଡେଟ୍ । ପୂର୍ବରୁ କୌଣସି ସୂଚନା ପାଇଁ ହାଇକୋର୍ଟର ୱେବସାଇଟକୁ ଯିବାକୁ ପଡ଼ୁଥିବା ବେଳେ ଏବେ ଟେଲିଗ୍ରାମରେ ଗୋଟିଏ କ୍ଲିକରେ ସବୁକିଛି ମିଳି ପାରିବ । ସୂଚନା ଓ ଯୋଗାଯୋଗ ଜ୍ଞାନ କୌଶଳ ପ୍ରୟୋଗରେ ଆଇନଜୀବୀ ଓ ଆଇନ୍ ସହାୟତା ଅପେକ୍ଷାରେ ଥିବା ଲୋକମାନଙ୍କ ପାଇଁ ନ୍ୟାୟାଳୟ ସଂପର୍କିତ ସୂଚନା ଆହରଣ ସହଜ ଓ ସୁବିଧାଜନକ ହେବ । ତତ୍‌କ୍ଷଣାତ୍ ସୂଚନା ଆଦାନପ୍ରଦାନ ନିମନ୍ତେ ଏକ ଅତିରିକ୍ତ ବ୍ୟବସ୍ଥା ସ୍ବରୂପ ଓଡି଼ଶା ହାଇକୋର୍ଟଙ୍କ ପକ୍ଷରୁ ଏକ କାର୍ଯ୍ୟାଳୟ ଟେଲିଗ୍ରାମ୍ ଚାନେଲ ପ୍ରସ୍ତୁତ କରାଯାଇଛି । ଉକ୍ତ ଚାନେଲର ଉପଯୋଗ କରି ଆଇନଜୀବୀ ଓ ବ୍ୟକ୍ତିବିଶେଷମାନେ ଏହି ସୁବିଧା ଲାଭ କରିପାରିବେ ।

ଓଡି଼ଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟାଳୟ ଟେଲିଗ୍ରାମ୍ ଚାନେଲ ଉପଯୋଗ କରିବା ପାଇଁ ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପ୍ ଡାଉନ୍‌ଲୋଡ୍ ଓ ଇନ୍‌ଷ୍ଟାଲ କରିବାକୁ ପଡିବ । ନ୍ୟାୟାଳୟଙ୍କ ଟେଲିଗ୍ରାମ୍ ଚ୍ୟାନେଲ ହେଲା- htpps://t.me/OrissaHighCourt । ଆସନ୍ତା ସୋମବାରଠାରୁ ଉଚ୍ଚ ନ୍ୟାୟାଳୟ କାର୍ଯ୍ୟାଳୟ ଟେଲିଗ୍ରାମ୍ ଚାନେଲ ମାଧ୍ୟମରେ ସୂଚନା ଆଦାନପ୍ରଦାନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.