ETV Bharat / city

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ: ସୁବର୍ଣ୍ଣପୁର-ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

author img

By

Published : Jan 7, 2022, 10:24 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ । ସୁବର୍ଣ୍ଣପୁର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଜବାବ୍ ତଲବ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ: ସୋନପୁର-ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ । ସୁବର୍ଣ୍ଣପୁର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଜବାବ୍ ତଲବ । ଜବାବ ତଲବ କଲେ ଓଡିଶା ହାଇକୋର୍ଟ । ଜିଲ୍ଲାର କୌଣସି ସରପଞ୍ଚ ପଦ ଜନଜାତିଙ୍କ ଲାଗି ସଂରକ୍ଷିତ ନଥିବା ନେଇ ହାଇକୋର୍ଟରେ ରୁଜୁ ହୋଇଛି ମାମଲା ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ: ସୁବର୍ଣ୍ଣପୁର-ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

୨୩ ଟି ଜିଲ୍ଲାରେ କୌଣସି ସରପଞ୍ଚ ପଦବୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ନାହିଁ । ସୋମବାର ସୁଦ୍ଧା ଜବାବ୍ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେୋଇଛନ୍ତି । ସୋନପୁର ଜିଲ୍ଲାରେ ଅଛି ୧୦୯ ଟି ସରପଞ୍ଚ ପଦବୀ । ସୋନପୁର ଜିଲ୍ଲାର ବଳଭଦ୍ର କୁଅଁରଙ୍କ ପକ୍ଷରୁ ରୁଜୁ ହୋଇଛି ମାମଲା । ଖୋର୍ଦ୍ଧା ଜିଲ୍ଲାର ୧୯୦ ଟି ସରପଞ୍ଚ ପଦବୀ ପାଇଁ ଟୁକୁ ମାଝୀ ଓ ଅନ୍ୟ ୫ ଜଣଙ୍କ ପକ୍ଷରୁ ରୁଜୁ ହୋଇଛି ଏହି ମାମଲା ।

ସୋମବାର ଅପରାହ୍ନ ୨ଟାରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ରାଜ୍ୟରେ ରହିଛି ୬୭୯୪ ସରପଞ୍ଚ ପଦବୀ ଓ ୩୧୪ ପଞ୍ଚାୟତ ସମିତି ଅଧ୍ୟକ୍ଷ । ଆଇନ ଅନୁଯାୟୀ ଅନୁସୂଚିତ ଜନଜାତି ୧୫୪୯ ସରପଞ୍ଚ ପଦବୀ ପାଇବା କଥା । ୭ଟି ସିଡୁଲ ଏରିଆ ଜିଲ୍ଲାରେ ୨୦୯୭ ସରପଞ୍ଚ ପଦବୀ । ଏହି ସମସ୍ତ ପଦବୀ ସଂରକ୍ଷିତ ରହିଛି ଅନୁସୂଚିତ ଜନଜାତିଙ୍କ ପାଇଁ । ପଞ୍ଚାୟତ ଏକ୍ସଟେନସନ ସିଡୁଲ୍ଡ ଏରିଆ ଆକ୍ଟ ୧୯୯୬ ଅନୁଯାୟୀରେ ଏହି ୭ ଟି ଜିଲ୍ଲାରେ ସଂରକ୍ଷିତ ରଖାଯାଇଛି । କିନ୍ତୁ ଅନ୍ୟ ୨୩ ଜିଲ୍ଲାରେ ଗୋଟିଏ ବି ସରପଞ୍ଚ ପଦବୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ନାହିଁ । ଯାହାକୁ ନେଇ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.