କଟକ: ବହୁଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି । କୋର୍ଟର ତତ୍ବାବଧାନରେ ଏହି ସ୍ବତନ୍ତ୍ର ଟିମ୍ ଗଠନ କରିବାକୁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ।
ଓଡିଶା ପୋଲିସର 3 ଜଣ ଡିଆଇଜିଙ୍କୁ ନେଇ ଏହି ସ୍ବତନ୍ତ୍ର ଟିମ ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରି ଏସଆଇଟି ରିପୋର୍ଟ ପ୍ରଦାନ କରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ସେପଟେ ଏହି ମାମଲାର କ୍ଳୋଜର ରିପୋର୍ଟ କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ କରିଛି । ତେବେ ଘଟଣାର ସିବିଆଇ ତଦନ୍ତ କରିବାକୁ ପୀଡିତାଙ୍କ ମା’ ଦାବି କରିଥିବାବେଳେ ଉଭୟ ପକ୍ଷର ଯୁକ୍ତି ଶୁଣି ହାଇକୋର୍ଟ ମୁଖ୍ୟ ବିଚାରପତି ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 16 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ