ETV Bharat / city

ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ ଜେଲର ସମସ୍ୟା ସମଧାନ କର

ରାଜ୍ୟର ସମସ୍ତ ଜେଲରେ କଏଦୀଙ୍କ ପାଇଁ ରହିଥିବା ୱାର୍ଡ, ଶୌଚାଳୟ ଆଦିର ମରାମତି ତୁରନ୍ତ କରିବାକୁ ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ହାଇକୋର୍ଟଙ୍କ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ, ତୁରନ୍ତ ଜେଲରେ ସମସ୍ୟା ସମଧାନ କର

author img

By

Published : Apr 21, 2022, 7:45 AM IST

କଟକ: ରାଜ୍ୟର ସମସ୍ତ ଜେଲରେ କଏଦୀଙ୍କ ପାଇଁ ରହିଥିବା ୱାର୍ଡ, ଶୌଚାଳୟ ଆଦିର ମରାମତି ତୁରନ୍ତ କରିବାକୁ ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ୧୧ ନିର୍ଦ୍ଦେଶ ଅନୁସାରେ, ଜିଲ୍ଲା ଆଇନ ସେବା ପ୍ରାଧିକରଣଗୁଡ଼ିକ ପକ୍ଷରୁ ଦାଖଲ ରିପୋର୍ଟରେ ରହିଥିବା ତଥ୍ୟ ଅ‌ା‌ଧାରରେ ଜେଲରେ ରହିଥିବା ସମସ୍ୟା ଦୂର ପ୍ରସଙ୍ଗରେ ବୋର୍ଡ ଅଫ ଭିଜିଟର(visitors) ଅନୁଧ୍ୟାନ କରିବେ ବୋଲି ହାଇକୋର୍ଟ କହିଛନ୍ତି ।

ସେହିପରି ଜେଲ ଡିଜି ଏକ ସ୍ପେଶାଲ ଇଂପ୍ଲିମେଣ୍ଟସନ୍ କମିଟି ଗଠନ କରିବେ । ଡିଏଲଏସ ଓ ଆମିକସ୍ କ୍ୟୁରୀଙ୍କ ରିପୋର୍ଟରେ ସମସ୍ତ ଜେଲରେ ବହୁ ଅଭାବ ଅସୁବିଧା ରହିଛି ବୋଲି ଦର୍ଶଯାଇଥିଲା । ଏହିସବୁ ସମସ୍ୟା ସମାଧାନ କରିବା ଲାଗି କମିଟି ସୁନିଶ୍ଚିତ କରିବ ।

ସେହିଭଳି ଆସନ୍ତା ଏପ୍ରିଲ ୩୦ ଓ ମଇ ୧ ତାରିଖରେ ସବୁ ଜିଲ୍ଲାର ଡିଏଲଏସ ସଚିବ ପୁଣି ଏପ୍ରିଲ ୩୧ ଓ ମଇ ୩୧ରେ ସମସ୍ତ ଜେଲ ଗସ୍ତ କରିବେ । ଟଏଲେଟ, ୱାର୍ଡରେ ଆବଶ୍ୟକ ମରାମତି କରାଯାଇଛି କି ନାହିଁ, ତାହା ଯାଞ୍ଚ କରିବେ । ଯାଞ୍ଚ ସମୟରେ ସାନି ସ୍ଥିତି ସଂପର୍କିତ ଭିଡିଓ ଓ ଫଟୋଗ୍ରାଫି ନିଆଯିବ ଓ ରିପୋର୍ଟ ସହିତ ଏସବୁ ହାଇକୋର୍ଟରେ ଡିଏଲଏସ ସଚିବ ଦାଖଲ କରିବେ ।

ଏତଦ୍‌ବ୍ୟତିତ୍‌ ଅଦାଲତଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ଜେଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଅନ୍ୟ ରାଜ୍ୟ ଯଥା ତାମିଲନାଡୁରେ କଏଦୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ପାଇଁ ରୋଷେୟାଙ୍କୁ ନିୟୋଜିତ କରାଯାଇଛି । ଏହି ପ୍ରସଙ୍ଗରେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ ପାଇଁ ‌ଜେଲ ଡିଜିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଏଦୀମାନେ କିଭଳି ଭାବେ ଉପଯୁକ୍ତ ମାନର ଓ ପରିମାଣର ଖାଦ୍ୟ ପାଇ ପାରିବେ ତାହା ସୁନିଶ୍ଚିତ କରାଯିବ ।

ଅପରପକ୍ଷରେ ଜେଲରେ ଭିଡ ଏଡାଇବା ପାଇଁ କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରସଙ୍ଗରେ ଜେଲ କର୍ତ୍ତୃପକ୍ଷଙ୍କ ଅନୁରୋଧ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସବୁ ଏସଡିଜେଏମଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଏଭଳି କୌଣସି ଗୋଟିଏ ବି ଜେଲ ନାହିଁ ଯେଉଁଠି କେବଳ ଜଣେ ମହିଳା କଏଦୀ ରହିଛନ୍ତି । କୋରାପୁଟ ସବ-ଜେଲରେ ଜେଲରଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ଓ ଆଉ କେତେକ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ମାମଲାର ପରବର୍ତ୍ତୀ ଶୁଣାଣି ମଇ ୫ ତାରିଖକୁ ଧାର୍ଯ୍ୟ କରାଯାଇଛି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଆଜିର ନିର୍ଦ୍ଦେଶନାମାର କପି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.