ETV Bharat / city

ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହ କଥାହେଲେ ହାଇକୋର୍ଟ ମୁଖ୍ୟ ବିଚାରପତି - ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହ କଥାହେଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ନ୍ୟାୟିକ ପ୍ରକ୍ରିୟା ସମ୍ପର୍କରେ ଜ୍ଞାନ ଆହୋରଣ କରିବା ପାଇଁ ପ୍ରଥମ ଥର ଓଡିଶା ହାଇକୋର୍ଟ ବୁଲିଲେ ଦୃଷ୍ଟିହୀନ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହ କଥାହେଲେ ହାଇକୋର୍ଟ ମୁଖ୍ୟ ବିଚାରପତି

author img

By

Published : May 27, 2022, 9:58 PM IST

କଟକ: ନ୍ୟାୟିକ ପ୍ରକ୍ରିୟା ସମ୍ପର୍କରେ ଜ୍ଞାନ ଆହୋରଣ କରିବା ପାଇଁ ପ୍ରଥମ ଥର ଓଡିଶା ହାଇକୋର୍ଟ ବୁଲିଲେ ଦୃଷ୍ଟିହୀନ ଛାତ୍ରଛାତ୍ରୀ । ନିଜର ଜୀବନଶୈଳୀରେ ଉନ୍ନତି ଆଣିବା ସହ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିଛନ୍ତି । ତେବେ ପ୍ରଥମ ଥର ପାଇଁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଓଡିଶା ହାଇକୋର୍ଟରେ ପହଞ୍ଚି ଦାବି ଉପସ୍ଥାନ କରିଥିବା ଜଣାପଡିଛି ।

ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହ କଥାହେଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ତେବେ ଏହି ଛାତ୍ରଛାତ୍ରୀମାନେ କୋର୍ଟରୁମ ବୁଲିବା ସହ ମୁଖ୍ୟ ବିଚାରପତି ଏସ ମୁରଲୀଧରଙ୍କ ସହ ଭାବ ଆଦାନ ପ୍ରଦାନ କରିଛନ୍ତି । ଓଡିଶା ଆସୋସିଏସନ ଫର ବ୍ଲାଇଣ୍ଡ ଭୋକେସନାଲ ଟ୍ରେନିଂ ସେଣ୍ଟରର ଦୃଷ୍ଟିହୀନ ଛାତ୍ରଛାତ୍ରୀ ପ୍ରଥମେ ମଧୁ ବାବୁଙ୍କ ପାର୍କ ବୁଲିବା ସହ ହାଇକୋର୍ଟରେ ବିଚାରପତିମାନେ କିପରି ଶପଥ ନିଅନ୍ତି ଓ କିଭଳି କୋର୍ଟରୁମରେ ଶୁଣାଣି ହୁଏ ସେ ସମ୍ପର୍କରେ ଜ୍ଞାନ ଆହୋରଣ କରିଥିଲେ । ଦୃଷ୍ଟିହୀନ ହୋଇଥିଲେ ସୁଦ୍ଧା କୋର୍ଟରୁମ ପରିସରକୁ ସ୍ପର୍ସ କରି ଅନୁଭୂତି ସାଉଁଟିଛନ୍ତି ପିଲାମାନେ । ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଭୁ ତ୍ରିପାଠୀଙ୍କ ସହଯୋଗ କ୍ରମେ ଏହି ଦୃଷ୍ଟିହୀନ ଛାତ୍ରଛାତ୍ରୀ ହାଇକୋର୍ଟ ପରିସର ବୁଲିବା ପରେ ଶେଷରେ ଜୁଡିସିଆଲ ଏକାଡେମୀରେ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିଥିଲେ ।

ଏହାସହ ଆଇନଗତ ଦିଗ ଦ୍ୱାରା ଲୋକ ମାନେ କିପରି ସୁଫଳ ପାଉଛନ୍ତି ତାହାକୁ ଜାଣିବାକୁ ପାଇଥିଲେ ଛାତ୍ରଛାତ୍ରୀ । ତେବେ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିବା ସମୟରେ ସେମାନଙ୍କର ଟ୍ରେନିଂ ସେଣ୍ଟରରେ ରହିଥିବା ଅସୁବିଧା ସମ୍ପର୍କରେ ଜଣାଇଥିଲେ ଏବଂ ମୁଖ୍ୟ ବିଚାରପତିଙ୍କୁ ଭୋକେସନାଲ ଟ୍ରେନିଂ ସେଣ୍ଟର ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଯେପରି ସାଧାରଣ ପିଲାମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ବ୍ୟବସ୍ଥା ରହିଛି ସେହିପରି ଆମମାନଙ୍କ ପାଇଁ ଏକ କେନ୍ଦ୍ରୀୟ ବିଦ୍ୟାଳୟର ବ୍ୟବସ୍ଥା କରିବା ଆବଶ୍ୟକ । ଯାହାଦ୍ୱାରା ଅଧ୍ୟୟନ ଦିଗ ଆହୁରି ସ୍ୱଚ୍ଛଳ ହୋଇ ପାରିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.