ETV Bharat / city

DRDO Espionage Case: କ୍ରାଇମବ୍ରାଞ୍ଚ ଦାଖଲ କଲା ଷ୍ଟାଟସ ରିପୋର୍ଟ

author img

By

Published : Dec 7, 2021, 9:17 PM IST

ଚାନ୍ଦିପୁର ଆଇଟିଆର ରୁ ପ୍ରତିରକ୍ଷା ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ ମାମଲାର ସିବିଆଇକିମ୍ବା ଏନଆଇଏ ଦ୍ବାରା ତଦନ୍ତ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ଦାଏର ମାମଲାର ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ଅଧିକ ପଢନ୍ତୁ

Odisha  High Court
Odisha High Court

କଟକ: ଚାନ୍ଦିପୁର ଆଇଟିଆର (Chandipur Integrated Test Range) ରୁ ପ୍ରତିରକ୍ଷା ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ ମାମଲାର ସିବିଆଇ (Central Bureau of Investigation ) କିମ୍ବା ଏନଆଇଏ(National Investigation Agency) ଦ୍ବାରା ତଦନ୍ତ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ଦାଏର ମାମଲାର ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ଷ୍ଟାଟସ ରିପୋର୍ଟ କୋର୍ଟ ରେ ଦାଖଲ କରାଯାଇଥିଲା ।

ତେବେ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ବର୍ଷ ଫେବ୍ରୁଆରୀ ୩ ସୁଦ୍ଧା ଏନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫେବ୍ରୁଆରୀ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ ପକ୍ଷରୁ ଦାଏର ଆବେଦନରେ ଦର୍ଶାଯାଇଛି ଯେ ଦେଶର ପ୍ରତିରକ୍ଷା ସଂପର୍କିତ ତଥ୍ୟ ଚୋରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ ସେପ୍ଟେମ୍ବର ୧୪ ତାରିଖରେ ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବହୁ ତଥ୍ୟ ତଦନ୍ତରୁ ହସ୍ତଗତ ହୋଇଛି ।

ବିଦେଶୀ ଶକ୍ତିଙ୍କ ହାତ ଏହି ଘଟଣା ପଛରେ ରହିଛି । ବିଦେଶୀ ମହିଳାଙ୍କ ସହିତ ଅଭିଯୁକ୍ତମାନେ ନିୟମିତ ସଂପର୍କରେ ଥିଲେ। ବିଦେଶରୁ ମଧ୍ୟ ଟଙ୍କା‌ ଅଭିଯୁକ୍ତଙ୍କ ଖାତାକୁ ଆସିଥିଲା। ତେଣୁ ଘଟଣାର ସିବିଆଇ କିମ୍ବା ଏନଆଇଏ ତଦନ୍ତ କରାଯିବା ଉଚିତ। କେନ୍ଦ୍ରୀୟ ଏଜେନ୍ସି ତଦନ୍ତ କଲେ ପ୍ରକୃତ ଦୋ‌ଷୀ ଧରା ପଡିବେ ଓ ଏଭଳି ଷଡଯନ୍ତ୍ର ପଛରେ ରହିଥିବା ବିଦେଶୀ ଶକ୍ତିଙ୍କ ସଂକ୍ରାନ୍ତରେ ଜଣାପଡିବ। ତେଣୁ ଘଟଣାର ସିବିଆଇ କିମ୍ବା ଏନଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.