ETV Bharat / city

କୋଟିଆ ସୀମା ବିବାଦ ପ୍ରସଙ୍ଗ, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ଓଡିଶା ସରକାର

author img

By

Published : Feb 8, 2021, 10:22 PM IST

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମ‌େକାର୍ଟ ଯିବେ । ଏନେଇ ଆଇନଗତ ଦିଗ ତର୍ଜମା ପରେ ଏପରି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଅଧିକ ପଢନ୍ତୁ...

କୋଟିଆ ସୀମା ବିବାଦ ପ୍ରସଙ୍ଗ
କୋଟିଆ ସୀମା ବିବାଦ ପ୍ରସଙ୍ଗ

କଟକ: କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମ‌େକାର୍ଟ ଯବେ। ଏନେଇ ଆଇନଗତ ଦିଗ ତର୍ଜମା ପରେ ଏପରି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ଏହି ପ୍ରସଙ୍ଗରେ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ସରକାର ଆଡଭୋକେଟ ଜେନେରାଲଙ୍କ ମତାମତ ଲୋଡ଼ଥିଲେ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବାକୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ନିଜ ମତରେ ସ୍ପଷ୍ଟ କରିଥିବା ବିଶ୍ବସ୍ତସୂତ୍ରରୁ ପ୍ରକାଶ।

ପୂର୍ବରୁ ଏହି ଅଞ୍ଚଳରେ ଆନ୍ଧ୍ର ସରକାର ନିଜ ଯୋଜନା କାର୍ଯ୍ୟକାରୀ ପାଇଁ ଉଦ୍ୟମ କରିଥିଲେ। ପୂର୍ବରୁ ବିବାଦର ସମାଧାନ କରାଯାଇ ଉଭୟ ଅଞ୍ଚଳର ଜିଲ୍ଲାପାଳଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ୨୦୧୯ର ଏହି ଚୁକ୍ତିକୁ ଆନ୍ଧ୍ର ସରକାର ଏବେ ଉଲ୍ଲଂଘନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏବେ କେତେକ ଅଞ୍ଚଳକୁ ପଞ୍ଚାୟତ ମାନ୍ୟତା ‌ଦେଇ ଆନ୍ଧ୍ର ସରକାର ନିର୍ବାଚନ କରିବାକୁ ଉଦ୍ୟମ କରୁଛନ୍ତି। ଏନେଇ ଆନ୍ଧ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.