ETV Bharat / city

ଆଶା ଆଶଙ୍କାରେ ପ୍ରସିଦ୍ଧ ବାଲିଯାତ୍ରା, ସ୍ଥିତି ଦେଖି ସରକାର ନେବେ ନିଷ୍ପତ୍ତି - ଭବାନୀ ଶଙ୍କର ଚୟିନୀ

ଚଳିତ ବର୍ଷ ବାଲିଯାତ୍ରା ହେବ କି ନାହିଁ ତାକୁ ନେଇ ବଢିଛି ସସପେନ୍ସ । ଆସନ୍ତା ମାସରେ ସ୍ଥିତି ଦେଖି ସରକାର ନିଷ୍ପତ୍ତି ବୋଲି କହିଛନ୍ତି ଜିଲ୍ଲାପାଳ। ଅଧିକ ପଢନ୍ତୁ...

ଆଶା ଆଶଙ୍କାରେ ପ୍ରସିଦ୍ଧ ବାଲିଯାତ୍ରା, ଆସନ୍ତା ମାସରେ ସରକାର ନେବେ ନିଷ୍ପତ୍ତି

author img

By

Published : Oct 26, 2021, 2:06 PM IST

କଟକ: ଝୁଲିଲା ବାଲିଯାତ୍ରା ସ୍ବପ୍ନ । କଟକର ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ହେବ କି ନାହିଁ ତାହାକୁ ନେଇ ଜାରି ରହିଛି ସସପେନ୍ସ। ତେବେ କୋଭିଡ଼ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ମଙ୍ଗଳବାର ସୂଚନା ଦେଇଛନ୍ତି ।

ଆଶା ଆଶଙ୍କାରେ ପ୍ରସିଦ୍ଧ ବାଲିଯାତ୍ରା, ଆସନ୍ତା ମାସରେ ସରକାର ନେବେ ନିଷ୍ପତ୍ତି

ଆଶା ଆଶଙ୍କା ମଧ୍ୟରେ ରହିଛି ଏହି ପ୍ରସିଦ୍ଧ ଯାତ୍ରା । ତେବେ ବାଲିଯାତ୍ରା ହେବ କି ନାହିଁ ଆସନ୍ତା ମାସ ଗାଇଡ଼ ଲାଇନ ଅନୁସାରେ ରାଜ୍ୟ ସରକାର ନେବେ ନିଷ୍ପତ୍ତି । ବାଲିଯାତ୍ରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କ ଭିଡ଼ ଲାଗିଥାଏ । ବହୁ ଧୁମଧାମରେ କାର୍ତ୍ତିକ ମାସରେ ଏହି ବାଲିଯାତ୍ରା ପାଳନ ହୁଏ । ବାଲିଯାତ୍ରା ପାଇଁ କଟକିଆ ପ୍ରତିବର୍ଷ ଉତ୍ସାହିତ ଥିବା ବେଳେ ସମସ୍ତଙ୍କ ଘରେ ଅତିଥିଙ୍କ ଭିଡ଼ ଜମେ । ଯାତ୍ରାରେ ଭଳିକି ଭଳି ଖାଦ୍ୟ ସହିତ ଅନେକ ଦୋକାନ ବଜାର ଓ ବଡ଼ ବଡ଼ ରାମଦୋଳି ପଡିଥାଏ । ବହୁ ଜାକଜକମରେ ଏହି ଯାତ୍ରା ପାଳନ ହେଉଥିବାରୁ ସମୁଦ୍ର ପରି ଲୋକଙ୍କ ଗହଳି ଦେଖିବାକୁ ମିଳେ ।

ତେବେ ପ୍ରବଳ ଭିଡ଼ ଏଠାରେ ଲାଗୁଥିବାରୁ କୋରୋନା ସଂକ୍ରମଣର ଭୟ ରହିଛି । ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ସେତେଟା ନଥିବାରୁ ଯାତ୍ରା ଯୋଗୁଁ ପୁଣି ସଂକ୍ରମଣର ଭୟ ରହିଛି । ଏହାକୁ ଏଡ଼ାଇବା ପାଇଁ ସରକାର ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ନେବେ ନିଷ୍ପତ୍ତି । ତେବେ ଆସନ୍ତା ମାସରେ ପ୍ରସିଦ୍ଧ ଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ସୂଚନା ମିଳିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.