ETV Bharat / city

Panchayat Election Reservation Notification: ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର

ହାଇକୋର୍ଟରେ ପଞ୍ଚାୟତ ନିର୍ବାଚନରେ (Panchayat Election Reservation ) ସଂରକ୍ଷଣ ବ୍ୟବସ୍ଥା ମାମଲା । ନିର୍ବାଚନରେ ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବେ ରାଜ୍ୟ ସରକାର । ଆସନ୍ତା 27 ସୁଦ୍ଧା ସଂରକ୍ଷଣ ନେଇ ସାନି ବିଜ୍ଞପ୍ତି ଜାରି କରିବେ ସରକାର । ଅଧିକ ପଢନ୍ତୁ

author img

By

Published : Dec 22, 2021, 2:01 PM IST

Updated : Dec 22, 2021, 4:51 PM IST

ହାଇକୋର୍ଟରେ ସଂରକ୍ଷଣ ବ୍ୟବସ୍ଥା ମାମଲା
ହାଇକୋର୍ଟରେ ସଂରକ୍ଷଣ ବ୍ୟବସ୍ଥା ମାମଲା

କଟକ: ହାଇକୋର୍ଟରେ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ (Panchayat Election Reservation ) ବ୍ୟବସ୍ଥା ମାମଲା । ନିର୍ବାଚନରେ ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବେ ରାଜ୍ୟ ସରକାର । ଡିସେମ୍ବର ୨୭ ତାରିଖ ସୁଦ୍ଧା ନିର୍ବାଚନ ସଂରକ୍ଷଣ ନେଇ ସାନି ବିଜ୍ଞପ୍ତି ଜାରି କରିବେ ରାଜ୍ୟ ସରକାର । ସେପଟେ ମାର୍ଚ୍ଚ 8 ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଖଲ ହୋଇଥିଲା । ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ବର୍ଗଙ୍କ ପାଇଁ ରହିଥିବା ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିରେନ୍ଦ୍ର ଦାସ ନାମକ ଜଣେ ସରପଞ୍ଚ ଆଶାୟୀଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା । କେଉଁ ପଞ୍ଚାୟତ କେଉଁ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ ସେନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା । ପଞ୍ଚାୟତରାଜ ନିର୍ବାଚନ ଆଇନ ଅନୁଯାୟୀ ସରପଞ୍ଚ ନିର୍ବାଚନ ସମୟରେ ରାଜ୍ୟ ଜନସଂଖ୍ୟାର ଅନୁପାତ ଅନୁସାରେ ବିଭିନ୍ନ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବା କଥା । ହେଲେ ପଞ୍ଚାୟତରାଜ ସଚିବଙ୍କ ବିଜ୍ଞପ୍ତିରେ ଏହାକୁ ଅଣଦେଖା କରାଯାଇଥିବା ଆବେଦନକାରୀ ଅଭିଯୋଗ କରିଥିଲେ ।

Panchayat Election Reservation Notification: ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର

ରାଜ୍ୟ ନିର୍ବାଚନ କମିଶନ ନଭେମ୍ବର ୧୬ ତାରିଖରେ ଏକ ବିଜ୍ଞପ୍ତି ଜାରି କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସିଟ୍ ସଂରକ୍ଷଣ ତାଲିକା ଜାରି କରିଥିଲେ । ବିଜ୍ଞପ୍ତି ଅନୁସାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପଛୁଆ ବର୍ଗଙ୍କ ପାଇଁ ମାତ୍ର ୧୦୪ଟି ଆସନ ସଂରକ୍ଷିତ ରହିଛି । ଏଥିରେ ୧୪ଟି ଜିଲ୍ଲାର ଜିଲ୍ଲା ପରିଷଦରେ ଗୋଟିଏ ବି ଆସନ ପଛୁଆ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ହୋଇନାହିଁ । ଦେବଗଡ଼, ଗଜପତି, ସୁନ୍ଦରଗଡ଼, ସମ୍ବଲପୁର, ରାୟଗଡ଼, ନୂଆପଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ଓ ଝାରସୁଗୁଡ଼ା ୧୪ଟି ଜିଲ୍ଲାରେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣର ସୁବିଧା ନାହିଁ । ଏହି ସବୁକୁ ଦୃଷ୍ଟିରେ ରଖି ପଞ୍ଚାୟତ ରାଜ ସଚିବଙ୍କ ବିଜ୍ଞପ୍ତିକୁ ବରଖାସ୍ତ କରିବା ସହ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଇବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପାର୍ଥନା କରିଥିଲେ।

ଏହି ଜିଲ୍ଲାର ଜିଲ୍ଲା ପରିଷଦର କୌଣସି ଗୋଟିଏ ବି ସିଟ୍ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ନଥିବାବେଳେ ବୌଦ୍ଧ ଜିଲ୍ଲାରେ ମାତ୍ର ଗୋଟିଏ ଆସନ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏଥିପାଇଁ ନିର୍ବଚନ ସଂରକ୍ଷଣ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବେ ରାଜ୍ୟ ସରକାର ।

ଆସନ୍ତା ଜାନୁଆରୀ ୩ ତାରିଖ ସୁଦ୍ଧା ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ୫ ତାରିଖ ସୁଦ୍ଧା ଅଭିଯୋଗର ସମାଧାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ୭ ତାରିଖରେ ସଂରକ୍ଷଣ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୁଡ଼ାନ୍ତ ତାଲିକା ଦେବେ ସରକାର । ମାର୍ଚ୍ଚ ୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 22, 2021, 4:51 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.