ETV Bharat / city

OCA Annual General Meeting: T-20 ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ

author img

By

Published : Nov 24, 2021, 5:03 PM IST

ଓସିଏର(Odisha Cricket Association)ର ସାଧାରଣ ପରିଷଦ ବୈଠକ ଶେଷ ହୋଇଛି । ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ ବନାମ ୱେଷ୍ଟଇଣ୍ଡିଜ ଟି-20 ମ୍ୟାଚ ସହିତ ରାଜ୍ୟ କ୍ରିକେଟର ବିକାଶ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

ଟି-20 ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ
ଟି-20 ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ

କଟକ: ଓସିଏର ସାଧାରଣ ପରିଷଦ ବୈଠକ (OCA Annual General Meeting In Cuttack)ଶେଷ ହୋଇଛି । ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ ବନାମ ୱେଷ୍ଟଇଣ୍ଡିଜ ଟି-20 ମ୍ୟାଚ ସହିତ ରାଜ୍ୟ କ୍ରିକେଟର ବିକାଶ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି । ମ୍ୟାଚରେ ଦର୍ଶକଙ୍କୁ ଅନୁମତି ମିଳିବ କି ନାହିଁ ତାହା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଓସିଏର ସମ୍ପାଦକ ସଞ୍ଜୟ ବେହେରା ।

ଟି-20 ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ

ଆସନ୍ତା ଫେବୃଆରୀ 15 ତାରିଖରେ ବାରବାଟିରେ ହେବାକୁ ଥିବା ଭାରତ ବନାମ ୱେଷ୍ଟଇଣ୍ଡିଜ ଟି-20 ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ହୋଇଛି । ମ୍ୟାଚରେ ଦର୍ଶକଙ୍କୁ ମ୍ୟାଚ ଦେଖିବା ପାଇଁ ସୁଯୋଗ ଦିଆଯିବ ବା ଏହା ବିନା ଦର୍ଶକରେ କରାଯିବ ତାହା ସ୍ଥିର ହୋଇନାହିଁ । ସ୍ଥିତି ଦେଖି ରାଜ୍ୟ ସରକାରଙ୍କ ଉପରେ ଏହି ନିଷ୍ପତ୍ତି ଛାଡ଼ିଛି ଓସିଏ ।

ମ୍ୟାଚ ପାଇଁ ଟିକେଟ ଛପା ଓ ବିକ୍ରି ଇତ୍ୟାଦିର ପ୍ରସ୍ତୁତି ପାଇଁ ଅତି କମରେ ଗୋଟିଏ ମାସ ସମୟ ଦରକାର ହେଉଥିବାରୁ ଚଳିତ ବର୍ଷ ଡିସେମ୍ବର ମାସ ଶେଷ କିମ୍ବା ଜାନୁଆରୀ ମାସ ପ୍ରଥମ ସପ୍ତାହ ସୁଦ୍ଧା ନିଷ୍ପତ୍ତି ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏହା ବ୍ୟତିତ ଦର୍ଶକଙ୍କ ପାଇଁ ଦୁଇ ଡୋଜ ଟିକା କିମ୍ବା ମ୍ୟାଚର 72 ଘଣ୍ଟା ପୂର୍ବରୁ RTPCR ଟେଷ୍ଟ ରିପୋର୍ଟର ସାର୍ଟିଫିକେଟକୁ ଆଧାର କରି ଦର୍ଶକଙ୍କୁ ମ୍ୟାଚ ଦେଖିବା ପାଇଁ ସୁଯୋଗ ଦିଆଯାଉ ବୋଲି ଖୁବଶୀଘ୍ର ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.