କଟକ: ଓଡିଶା କଂଗ୍ରେସର ବିସ୍ଫୋରକ ସ୍ଥିତି । ଏପଟେ ପିସିସି ସଭାପତି ପଦ ନେଇ ଥମୁନି ଦଳୀୟ କନ୍ଦଳ। ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ଦଳ ମଧ୍ୟରେ ଅସନ୍ତୋଷର ବହ୍ନି ଜଳୁଛି । ଏପରି ଏକ ଘଡିସନ୍ଧି ମୂହୁର୍ତ୍ତରେ ଥମୁନି କଂଗ୍ରେସର ବିଭିନ୍ନ ଗୋଷ୍ଠୀଙ୍କ ଓ ବରିଷ୍ଠ ନେତାଙ୍କ ବୟାନବାଜି।
ଆଗାମୀ ପିସିସି ସଭାପତି ପାଇଁ ବିଧାୟକ ମହମ୍ମଦ ମୋକିମଙ୍କ ନାମ ବହୁବାର ସାମ୍ନାକୁ ଆସିଛି। ହେଲେ ଘଟଣାକୁ ନେଇ ମୋକିମଙ୍କ କୌଣସି ପ୍ରତିକ୍ରିୟା ମିଳିନଥିଲା। ଶେଷରେ ଦୀର୍ଘଦିନର ନିରବତା ପରେ ମୁହଁ ଖୋଲିଛନ୍ତି ସେ।
ବିଧାୟକଙ୍କ କହିବା ଅନୁସାରେ, ଓଡ଼ିଶାରେ ଯୁବ ନେତୃତ୍ବର ଆବଶ୍ୟକତା ରହିଛି । ଏଥିପାଇଁ ବରିଷ୍ଠଙ୍କ ସହଯୋଗ ଦରକାର । ତେବେ ଏଭଳି ବୟାନ ପରେ ଚିତ୍ର ସ୍ପଷ୍ଟ ହେଉଛି କି ସମସ୍ତଙ୍କୁ ମନାଇ ପଦ ହାତେଇବାକୁ ପ୍ରସ୍ତୁତ ମୋକିମ। ମୋକିମଙ୍କ ଏଭଳି ବୟାନ ଓ ବିଦ୍ରୋହୀ ଗୋଷ୍ଠୀ ଯେଉଁଭଳି ଭାବରେ ସମର୍ଥକ ଗୋଟାଉଛନ୍ତି ସେଥିରେ ସାମଞ୍ଜସ୍ୟ ଦେଖିବାକୁ ମିଳିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ