ETV Bharat / city

OCS Prelim 2021 Exam: ଅକ୍ଟୋବରରେ OCS ପ୍ରିଲିମ୍ ପରୀକ୍ଷା

ଅକ୍ଟୋବରରେ ହେବ ଓଡ଼ିଶା ସିଭିଲ ସର୍ଭିସ (OCS) ପ୍ରିଲିମ୍ ପରୀକ୍ଷା । ଅଧିକ ପଢନ୍ତୁ

author img

By

Published : Jul 28, 2022, 9:14 PM IST

ଅକ୍ଟୋବରରେ OCS ପ୍ରିଲିମ୍ ପରୀକ୍ଷା
ଅକ୍ଟୋବରରେ OCS ପ୍ରିଲିମ୍ ପରୀକ୍ଷା

କଟକ: ଅକ୍ଟୋବର 16 ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ସିଭିଲ୍ ସର୍ଭିସ୍(ଓସିଏସ) ପରୀକ୍ଷା । ଏନେଇ ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି।ଅକ୍ଟୋବର 16(ରବିବାର) ତାରିଖରେ ଓସିଏସ ପ୍ରଲିମିନାରି ପରୀକ୍ଷା 2021 ହେବ ।

OCS ପ୍ରିଲିମ୍ ପରୀକ୍ଷା
OCS ପ୍ରିଲିମ୍ ପରୀକ୍ଷା

ଏଥିପାଇଁ ପ୍ରାୟ ୨ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ । କିଛିଦିନ ପୂର୍ବରୁ ସେଥିମଧ୍ୟରୁ ୭ ହଜାର ୩୯ ଜଣ ଆଶାୟୀଙ୍କ ଦରଖାସ୍ତଗତ ତ୍ରୁଟି ଥିବା ଦର୍ଶାଇ ଆବେଦନକୁ ନାକଚ କରି ଦିଆଯାଇଥିଲା । ବ୍ୟକ୍ତିଗତ ବିବରଣୀ ନଦେବା, ଠିକଣା ବିବରଣୀ ନଦେବା, ଫିଜିକାଲ ମେଜରମେଣ୍ଟ, ଶିକ୍ଷାଗତ ଯୋଗ୍ୟତା ବିବରଣୀ ନଥିବା ଓ ଅନ୍ୟ ପ୍ରମାଣ ପତ୍ର ଅନଲାଇନେରେ ଅପଲୋଡ୍ ହୋଇନଥିବା ଆଦି କାରଣରୁ ଅନେକ ଆଶାୟୀଙ୍କ ଦରଖାସ୍ତ ନାକଚ ହୋଇଥିଲା ।

ସୂଚାନା ଥାଉ କି ଓସିଏସ (OCS) ପରୀକ୍ଷା ପାଇଁ ପ୍ରିଲିମ୍, ମେନ୍ ଓ ଇଣ୍ଟରଭ୍ୟୁ ଭଳି ୩ଟି ସ୍ତରରେ ପରୀକ୍ଷା ହୋଇଥାଏ । ବର୍ଷ ବର୍ଷ ଧରି ପିଲାମାନେ ଏହି ପରୀକ୍ଷା ଲାଗି ପ୍ରସ୍ତୁତି କରିଥାନ୍ତି । ଓପିଏସି ପକ୍ଷରୁ ପ୍ରିଲିମ ପାଇଁ ତାରିଖ ଘୋଷଣା କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.