ETV Bharat / city

ଓଡିଶା ବାସ୍କେଟବଲ କ୍ରୀଡାର ଭବିଷ୍ୟତ ନେଇ ଉଠୁଛି ପ୍ରଶ୍ନ, ଆଗ୍ରହ ଦେଖାଉନାହାଁନ୍ତି ଖେଳାଳି

ଅନ୍ଧାକାରରେ ଓଡ଼ିଶା ବାସ୍କେଟବଲ୍‌ କ୍ରୀଡ଼ା ଭବିଶ୍ୟତ (Odisha Basket ball is in bad phase) । ଉଚିତ ଖେଳୁଆଡ଼ ମନୋଭାବର ଅଭାବ ଏହାର ମୁଖ୍ୟ କାରଣ । ଅଧିକ ପଢ଼ନ୍ତୁ

author img

By

Published : Aug 18, 2022, 10:18 PM IST

ଓଡ଼ିଶା ବାସ୍କେଟବଲ କ୍ରୀଡ଼ାର ଭବିଷ୍ୟତ ନେଇ ଉଠୁଛି ପ୍ରଶ୍ନ, ଆଗ୍ରହ ଦେଖାଉନାହାନ୍ତି ଖେଳାଳି

କଟକ: ଓଡ଼ିଶାରେ ବାସ୍କେଟବଲ କ୍ରୀଡ଼ାର ଭବିଷ୍ୟତ ଅନ୍ଧକାର ମୁଁହା ହେବାକୁ ଲାଗିଛି (Odisha Basket ball is in bad phase) । ପ୍ରତିଯୋଗିତା ପରେ ପ୍ରତିଯୋଗିତା ଆୟୋଜନ ହେଉଛି । କିନ୍ତୁ ବର୍ତ୍ତମାନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଖେଳାଳି ସଂଖ୍ୟା କମିବାରେ ଲାଗିଛି । ଉଚିତ ଖେଳୁଆଡ଼ ମନୋଭାବର ଅଭାବ ଏହାର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି ।

ଖେଳୁଆଡ଼ ମନୋଭାବର ଅଭାବ ପୂରଣ ନହେଲେ ହେଲେ ରାଜ୍ୟରେ କେବେବି ବାସ୍କେଟବଲ କ୍ରୀଡ଼ା ଆଗେଇ ପାରିବ ନାହିଁ । ଏହାକୁ ନେଇ ରାଜ୍ୟ ବସ୍କେଟବଲ ସଂଘ ସମ୍ପାଦକ ଅଶୋକ ସାହୁ କହିଛନ୍ତି, "ପୂର୍ବଭଳି ଖେଳାଳିମାନେ ଆଉ ଖେଳକୁ ନେଇ ସେତେଟା ଆଗଭର ହେଉନାହାନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବାସ୍କେଟବଲ୍‌ କୋଚ୍‌ ନିଯୁକ୍ତ ହେଉଥିଲେ । ତାହା ଧୀରେଧୀରେ ବନ୍ଦ ହେବାରେ ଲାଗିଛି । ସରକାର ଅନେକ ପ୍ରୋତ୍ସାହନ ଦେଉଛନ୍ତି । ସମ୍ଭ୍ରାନ୍ତଶ୍ରେଣୀୟ ଏହି ଖେଳ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ଅନ୍ତର୍ଜାତୀୟ ଖେଳରେ ସାମିଲ ହେଲା ଭଳି କ୍ରୀଡ଼ାବିତ୍‌ ଏବେ ଆଉ ଆଖି ଆଗରେ ନାହାନ୍ତି ।"

ସେପଟେ ଜାତୀୟ କ୍ରୀଡ଼ା ପ୍ରାଧୀକରଣର ପୂର୍ବତନ ବାସ୍କେଟବଲ କୋଚ ସିଦ୍ଧାର୍ଥ ସେନଗୁପ୍ତା ଏହାକୁ କହିଛନ୍ତି, "ସରକାରଙ୍କ ପ୍ରୋତ୍ସାହନ ମିଳିଲେ ବାସ୍କେଟ୍‌ବଲ୍‌ କ୍ରୀଡ଼ା ଉଦ୍ଧାର କରିବାକୁ ଚେଷ୍ଟା କରାଯିବ । ଓଡ଼ିଶା ନହେଲେ ବି ରାଜ୍ୟ ବାହାରୁ କୋଚ୍‌ ନିଯୁକ୍ତ କରାଗଲେ ଓଡ଼ିଶା ବାସ୍କେଟ୍‌ବଲ ଟିମ୍‌ ଭଲ ପ୍ରଦର୍ଶନ କରିପାରେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.