କଟକ : ଓସିଏଲର ଗୋଟିଏ ମ୍ୟାଚ ସ୍ଥଗିତ । ରାଜ୍ୟ ସରକାର ନୂଆବର୍ଷ ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରିବା ପରେ ଓସିଏ ଗୁରୁବାରର ଦ୍ବିତୀୟ ମ୍ୟାଚକୁ ସ୍ଥଗିତ ରଖିଛି । ଦ୍ବିତୀୟ ମ୍ୟାଚ 7.30ରେ ଆରମ୍ଭ ହେଉଥିବାରୁ ଏହାକୁ ଓସିଏ ସ୍ଥଗିତ ରଖିଛି ।
ତେବେ ଏହି ମ୍ୟାଚ ଓସିଏଲର 10 ନମ୍ବର ମ୍ୟାଚ ଥିବାବେଳେ ଏଥିରେ ଓଡିଶା ଲାୟନ ଓ ଓଡିଶା ଜାଗୁଆର ମୁହାଁମୁହିଁ ହୋଇଥାନ୍ତେ । ହେଲେ ନାଇଟ କର୍ଫ୍ୟୁ ଯୋଗୁଁ ଏହି ମ୍ୟାଚକୁ ସ୍ଥଗିତ ରଖିଛି ଓସିଏ । ତେବେ ଏହି ଗୁରୁତ୍ତ୍ବପୂର୍ଣ୍ଣ ମୁକାବିଲା କେବେ ହେବ ସେନେଇ ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ନେଇ ସୂଚନା ଦେଇଛି ଓଡିଶା କ୍ରିକେଟ ଆସୋସିଏସନ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ