କଟକ:ଓଲଟିଲା କ୍ୟାଲେଣ୍ଡରର ଫର୍ଦ୍ଦ। ବିଦାୟ ନେଲା ପୁରୁଣାବର୍ଷ ୨୦୧୯ । ତେବେ ପୁରୁଣାବର୍ଷକୁ ବିଦାୟ ଦେଇ ନୂଆବର୍ଷରେ ପାଦ ଥାପିଛନ୍ତି ସମସ୍ତେ। କଟକ ସହରରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ଖୁବ ଧୁମଧାମରେ ସ୍ୱାଗତ କରିଛନ୍ତି ସହର ବାସୀ । ଡିଜେ ,ମ୍ୟୁଜିକ ଆଦି ର ତାଳେତାଳେ ନୃତ୍ୟ ପରିବେଷଣ କରି ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ସହରବାସୀ।
କେବଳ ସେତିକି ନୁହେଁ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ଖାଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି କଟକ ବାସୀ। ଓସିଏ କ୍ଲବ,ୟୁନିଅନ କ୍ଲବ,କଟକ କ୍ଲବ ଆଦି ରେ ବେଶ ଧୁମ ଧାମରେ ନୂଆବର୍ଷକୁ ପାଳନ କରିଛନ୍ତି ସହରବାସୀ।ଘଣ୍ଟାକଣ୍ଟା ଓ ମିନିଟ କଣ୍ଟା ୧୨ ଉପରେ ରହିବାମାତ୍ରେ ପରସ୍ପରକୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ସମସ୍ତେ। ଏହି ଅବସରରେ ବିଭିନ୍ନ କ୍ଲବ ମାନଙ୍କରେ ଷ୍ଟାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ