ETV Bharat / city

ନୂଆ ଟ୍ରାଫିକ୍‌ ନିୟମ; କଟକରେ ଗୋଲାପ ଦେଇ କରାଯାଉଛି ସଚେତନ - ସିନେ ଅଭିନେତା ଶ୍ରୀତମ ଦାସ

ଟ୍ରାଫିକ୍‌ ନୂଆ ନିୟମ ପାଇଁ କିଛି ଦିନ ଧରପଗଡ ପରେ ଲୋକଙ୍କୁ ସଚେତନ କରୁଛି ଟ୍ରାଫିକ୍‌ ପୋଲିସ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି କଟକରେ ଲୋକଙ୍କୁ ନୂଆ ନିୟମ ବାବଦରେ ବୁଝାଉଛି ଟ୍ରାଫିକ୍‌ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 10, 2019, 5:17 PM IST

କଟକ: ଟ୍ରାଫିକ୍‌ ନୂଆ ନିୟମ ପାଇଁ କିଛି ଦିନ ଧରପଗଡ ପରେ ଲୋକଙ୍କୁ ସଚେତନ କରୁଛି ଟ୍ରାଫିକ୍‌ ପୋଲିସ । ଗତକାଲି(ସୋମବାର) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି କଟକରେ ଲୋକଙ୍କୁ ନୂଆ ନିୟମ ବାବଦରେ ବୁଝାଉଛି ଟ୍ରାଫିକ୍‌ ପୋଲିସ । ଏନେଇ ଆଜି ଖୋଦ୍‌ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ରାସ୍ତାକୁ ଓହ୍ଲାଇବା ସହ ଯେଉଁମାନେ ନିୟମ ମାନୁଛନ୍ତି ତାଙ୍କୁ ଗୋଲାପ ଫୁଲ ଓ ଚକଲେଟ ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ 3 ମାସ ପର୍ଯ୍ୟନ୍ତ ଏହି ନିୟମକୁ କୋହଳ କରି ଲୋକଙ୍କୁ ସଚେତନତା କରିବା ପାଇଁ ଗତକାଲି କହିଥିଲେ । ଏହାସହ ଲୋକଙ୍କୁ ତିନି ମାସ ଭିତରେ ସବୁ କାଗଜ ପତ୍ର ପ୍ରସ୍ତୁତ କରିବା ପାଇଁ ମଧ୍ୟ ସେ କହିଥିଲେ । ଏହାପରେ ଆଜି କଟକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ କଟକରେ ଟ୍ରାଫିକ୍‌ ପୋଲିସ ସଚେତନତା କରୁଥିବା ସମୟରେ ଅଧିକାଂଶ ଲୋକ ନିୟମ ମାନୁଥିବା ଦେଖିବାକୁ ମିଳିଛି । ସେହିପରି ସିନେ ଅଭିନେତା ଶ୍ରୀତମ ଦାସ ମଧ୍ୟ ଲୋକଙ୍କୁ ନିୟମ ବିଷୟରେ ବୁଝାଇବା ସହ ଗୋଲାପ ଫୁଲ ଦେଉଛନ୍ତି । ଏଥିସହ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଲୋକେ ଟ୍ରାଫିକ୍‌ ନିୟମ ମାନିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସଲିଭରସିଟି ରେ ଦୃଶ୍ୟ ହେଉଛି ଟ୍ରାଫିକ ନିୟମ ର ସଦୁପଯୋଗ । ସମସ୍ତେ ହେଲମେଟ ପିନ୍ଧିବା ଏବେ ନଜର ଆସୁଛି । ଯାହା ଟୁଇନ ସିଟି ପାଇଁ ଏକ ଖୁସି ଖବର । କାରଣ ରାଜ୍ୟ ସରକାର ଙ୍କ ଟ୍ରାଫିକ ନିୟମ କୋହଳ କୁ ମଧ୍ୟ ସଚେତନତା ର ଆଉ ଏକ ଅଙ୍ଗ ବୋଲି ଭାଇଛନ୍ତି ଗାଡି ଚାଳକ । ଯୋଉଠିପାଇଁ ସହର ରେ ଆଇନ ଉଲଂଘନ କରିବା ବ୍ୟକ୍ତି କମ ନଜର କୁ ଆସୁଛନ୍ତି ବୋଲି କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ ।

ଆଜି କଟକ ରେ ଗାଡି ଚାଳକ ଚକଲେଟ ଓ ଗୋଲାପଫୁଲ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଇ ଏପରି ପ୍ରତିକ୍ରିୟା ରଖିଛନ୍ତି ଖୋଦ ଟ୍ରାଫିକ ଡିସିପି । ସରକାର ଏହି ନିୟମ କୁ ଲାଗୁ କରିବା ପରେ ଅନେକ ଜନସଧାରଣ ଏହାକୁ ମାନିଛନ୍ତି । ଯାହା ଦ୍ୱାରା ଟୁଇନସିଟି ରେ ଟ୍ରାଫିକ ବ୍ୟବସ୍ଥାରେ ଉର୍ଣ୍ଣତି ଆସୁଛି । ଏହାସହିତ ଯେଉଁ 5 ଟି କାରଣ ଯୋଗୁ ଫାଇନ କଟା ଯାଉଛି ତାହକୁ ମଧ୍ୟ ସାଧାରଣ ଜନତା ଭଲ ସେ ବୁଝିଛନ୍ତି । ଯାହାଦ୍ୱାରା ଏବେ ସମସ୍ତେ ହେଲମେଟ ଆଉ ଗାଡି କାଗଜପତ୍ର ବ୍ୟବହାର କରୁଛନ୍ତି ।

ଏହାସହିତ ମୁଖ୍ୟମନ୍ତ୍ରୀ ଙ୍କ 3 ମାସ ଟ୍ରାଫିକ ନିୟମ କୁ କୋହଳ ପରେ ମଧ୍ୟ ଚକଲେଟ ଆଉ ଗୋଲାପ ଫୁଲ ବଣ୍ଟନ ଜାରି ରହିଛି । କାରଣ ଲୋକମାନେ ଏହି ଦିଗରେ ବେଶ ସଚେତନତା ଅବଲମ୍ବନ କଲେଣି । କେବଳ ଯେ ନିୟମ କୁ ଯିଏ ମାନୁଛି ତାକୁ ଚକଲେଟ ଦିଆଯାଉଛି ତାହା ନୁହେଁ ବରଂ ନିୟମ ଉଲଂଘନ କାରୀଙ୍କୁ ମଧ୍ୟ ଚାଲାଣ କଟା ଯାଉଛି । ତେବେ ଏହି 3 ମାସ ମଧ୍ୟରେ ସମସ୍ତେ ସଚେତନ ହୋଇଗଲେ କଟକ ଭୁବନେଶ୍ୱର ରେ ଏକ ଯୋଗାଯୋଗ ଓ ଗମନାଗମନ ଦିଗରେ ବେଶ ସ୍ୱଚ୍ଛଳ ହେବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ ।

ଅନ୍ୟପଟେ ଏହି ଚକଲେଟ ଅଭିଯାନ ରେ ସାମିଲ ହୋଇଥିବା ସିନେ ତାରକା ଶ୍ରୀତମ ମଧ୍ୟ ଲୋକଙ୍କୁ ଟ୍ରାଫିକ ନିୟମ ମାନିବାକୁ ଅନୁରୋଧ କରିଛନ୍ତି । ଯଦି ଟ୍ରାଫିକ ନିୟମ ସମସ୍ତେ ମାନିବେ ତେବେ ଅନେକ ଘଟଣା ଓ ଦୁର୍ଘଟଣା କୁ ରୋକାଯାଇପାରିବ ନେଇ କହିଛନ୍ତି ଶ୍ରୀତମ ।ଏହାସହିତ ଗାଡି ଚାଳକ ମଧ୍ୟ ଏହି ଆଇନ କୁ ବେଶ ଗ୍ରହଣ କରିବା ସହ ଡିସିପି ଙ୍କ ହାତରୁ ଚକଲେଟ ଓ ଗୋଲାପ ଫୁଲ ପାଇ ଖୁସି ହୋଇଛନ୍ତି ।

Body:ବାଇଟ: ସାଗରିକା ନାଥ( ଟ୍ରାଫିକ ଡିସିପି )
ବାଇଟ: ଶ୍ରୀତମ( ଓଡ଼ିଆ ସିନେ ଷ୍ଟାର )
ବାଇଟ: ଗାଡି ଚାଳକ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.