ETV Bharat / city

ବଦଳିବ ଓଡ଼ିଶା ଅଗ୍ନିଶମ ବିଭାଗର ନାମ

ଖୁବଶୀଘ୍ର ବଦଳିବ ଅଗ୍ନିଶମ ବିଭାଗର ନାମ । ଏହି ପରିବର୍ତ୍ତନର ଆଭାସ ମିଳୁଛି ବୋଲି କହିଛନ୍ତି ବିଭାଗୀୟ ଆଇଜି ଅସିତ ପାଣିଗ୍ରାହୀ ।

name-of-the-odisha-fire-department-will-be-changed
ବଦଳିବ ଓଡ଼ିଶା ଅଗ୍ନିଶମ ବିଭାଗର ନାମ
author img

By

Published : May 24, 2020, 11:47 PM IST

କଟକ: ଓଡିଶା ଅଗ୍ନିଶମ ବିଭାଗ ଏବେ ଦେଶବ୍ୟାପି ବେଶ ପରିଚିତ । ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ଦୁଃସାହସିକ ପ୍ରଦର୍ଶନ କରି ଏପରି ଯୋଗ୍ୟତା ହାସଲ କରିଛି ଓଡିଶା ଅଗ୍ନିଶମ ବିଭାଗ । ତେବେ ଏହା କେବଳ ନିଆଁ ଲିଭାଇବା ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଏହା ପ୍ରାକୃତିକ ଦୁର୍ବିପାକ ସମୟରେ ମଧ୍ୟ ଲୋକଙ୍କ ସେବାରେ ନିୟୋଜିତ ହୋଇଥାଏ ।

ବଦଳିବ ଓଡ଼ିଶା ଅଗ୍ନିଶମ ବିଭାଗର ନାମ

ତେବେ ସମୟ ଆସିଛି ଏହି ସଫଳତାକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବା ପାଇଁ । କାରଣ ଯେଉଁ ଢଙ୍ଗରେ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କ ବହୁମୁଖୀ ପ୍ରତିଭା ପ୍ରଦର୍ଶନ କରୁଛନ୍ତି ତାହା ବେଶ ଉଚ୍ଚକୋଟିର । ତେବେ ଏହି ବିଭାଗ କେବଳ ଅଗ୍ନିଶମରେ ସୀମିତ ରହିବନି ଏହାର ନାମରେ ପରିବର୍ତ୍ତନ ଆସିବ । ଏନେଇ ପ୍ରସ୍ତାବ ଆଗତ ହୋଇଛି । ଆଉ ଖୁବଶୀଘ୍ର ମଧ୍ୟ ପରିବର୍ତ୍ତନର ଆଭାସ ମଧ୍ୟ ମିଳୁଛି ବୋଲି କହିଛନ୍ତି ବିଭାଗୀୟ ଆଇଜି ଅସିତ ପାଣିଗ୍ରାହୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.