ETV Bharat / city

ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟରେ ମୁସଲିମ୍‌ ଶ୍ରଦ୍ଧାଳୁଙ୍କ ଅପିଲ - rath yatra news

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ମାମଲାରେ ଇଣ୍ଟରଭେନର ପିଟିସନର ହୋଇଛନ୍ତି ମୁସଲିମ ଶ୍ରଦ୍ଧାଳୁ। ନୟାଗଡ ଜିଲ୍ଲା ଇଟାମାଟି ଅଞ୍ଚଳର ଅଫତାପ ହୁସେନ ନାମକ ଜଣେ ମୁସଲିମ ଶ୍ରଦ୍ଧାଳୁ ମାମଲାରେ ଏଣ୍ଟରଭେନିଂ ପିଟିସନ ଦାଖଲ କରିଛନ୍ତି ।

ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟରେ ମୁସଲିମ୍‌ ଶ୍ରଦ୍ଧାଳୁଙ୍କ ଅପିଲ

author img

By

Published : Jun 16, 2020, 8:42 AM IST

କଟକ: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ମାମଲାରେ ଇଣ୍ଟରଭେନର ପିଟିସନର ହୋଇଛନ୍ତି ମୁସଲିମ ଶ୍ରଦ୍ଧାଳୁ। ନୟାଗଡ ଜିଲ୍ଲା ଇଟାମାଟି ଅଞ୍ଚଳର ଅଫତାପ ହୁସେନ ନାମକ ଜଣେ ମୁସଲିମ ଶ୍ରଦ୍ଧାଳୁ ମାମଲାରେ ଏଣ୍ଟରଭେନିଂ ପିଟିସନ ଦାଖଲ କରିଛନ୍ତି । ସେ ନିଜ ପିଟିସନରେ କହିଛନ୍ତି ଯେ, ‘ଜଗନ୍ନାଥ ହିନ୍ଦୁ ଧର୍ମର ଭଗବାନ ହେଲେ ମଧ୍ୟ ସବୁ ଧର୍ମର ଶ୍ରଦ୍ଧାଳୁ ରଥଯାତ୍ରା ସମୟରେ ଦର୍ଶନ କରିଥାଆନ୍ତି। ରଥଯାତ୍ରା କେବଳ ଓଡିଶା ବା ଭାରତ ନୁହେଁ ବରଂ ଏହା ବିଶ୍ବପ୍ରସିଦ୍ଧ ଯାତ୍ରା।’

ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟରେ ମୁସଲିମ୍‌ ଶ୍ରଦ୍ଧାଳୁଙ୍କ ଅପିଲ
ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟରେ ମୁସଲିମ୍‌ ଶ୍ରଦ୍ଧାଳୁଙ୍କ ଅପିଲ

ସେହିପରି କୋରୋନା ପାଇଁ ଭକ୍ତ ପୁରୀ ନଯାଇ ପାରିଲେ ମଧ୍ୟ, ଟେଲିଭିଜନ ଜରିଆରେ ସାରା ବିଶ୍ବରେ ଲକ୍ଷ ଲକ୍ଷ ଲୋକ ରଥଯାତ୍ରା ଦେଖିପାରିବେ। ତେଣୁ ରଥଯାତ୍ରାକୁ ଅନୁମତି ପ୍ରଦାନ କରିବାକୁ ସେ ସୁପ୍ରିମକୋର୍ଟରେ ନିବେଦନ କରିଛନ୍ତି। ସୂଚନା ଥାଉକି, କୋରୋନା କାଳରେ ରଥଯାତ୍ରା ହେବ କି ନାହିଁ ସେନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ତେବେ ରଥଯାତ୍ରାର ନିର୍ଦ୍ଧାରିତ ତାରିଖର ଖୁବ୍‌ ଅଳ୍ପଦିନ ପୂର୍ବରୁ ପରିସ୍ଥିତି ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଥିଲେ ।

ଏହାକୁ ଚ୍ୟାଲେଞ୍ଜ କରି ଭାରତୀୟ ବିକାଶ ପରିଷଦ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍‌ ପିଟିସନ୍ ‌(ଏସଏଲପି) ଦାୟର କରିଛି । ଯେଉଁଥିରେ କୋରୋନା ପଜେଟିଭ୍‌ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଦର୍ଶାଇବା ସହ ରଥଯାତ୍ରା ହେଲେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଫଳରେ ସାମାଜିକ ଦୂରତା ରକ୍ଷା କରାଯାଇପାରିବ ନାହିଁ । ଯାହା କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗାଇଡଲାଇନ୍ସ, ବିପର୍ଯ୍ୟୟ ପରିଚାଳନା ଆଇନ ଓ ମହାମାରୀ ଆଇନକୁ ଉଲଙ୍ଘନ କରିବ ବୋଲି ପିଟିସନରେ କୁହାଯାଇଛି ।

ଏହାସହ ହାଇକୋର୍ଟ ମେସିନ କିମ୍ବା ହାତୀରେ ରଥ ଟାଣିବା ଲାଗି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପ୍ରସଙ୍ଗରେ ବି ଦେଇଥିବା ପ୍ରସ୍ତାବକୁ ପିଟିସନରେ ବିରୋଧ କରାଯାଇଛି । ବିନା ଭକ୍ତରେ ରଥଯାତ୍ରା ଆୟୋଜନକୁ ନେଇ ସରକାର ପ୍ରସ୍ତୁତ ହେଉଥିବା ସୂଚନା ମିଳୁଥିବାରୁ ଏହା ବେଆଇନ ଓ ଅସାମ୍ବିଧାନିକ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି ।

ଏପଟେ ଭାରତୀୟ ବିକାଶ ପରିଷଦ ଏଭଳି ପିଟିସନ ଦେଇଥିବାବେଳେ ସେପଟେ ରଥଯାତ୍ରାକୁ ନେଇ ଜଣେ ମୁସଲିମ ଶ୍ରଦ୍ଧାଳୁ ଇଣ୍ଟରଭେନର ପିଟିସନ ଦେଇଥିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଫଳରେ ରଥଯାତ୍ରା ହେବ କି ନାହିଁ ତାହା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ପୂର୍ବରୁ ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କହିସାରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.