ETV Bharat / city

ରାଜଧାନୀ ଉପକଣ୍ଠରେ ସାଂସଦ ଅପରାଜିତା ଓ ମୁନା ଖାଁଙ୍କ ବନ୍ୟାଞ୍ଚଳ ପରିଦର୍ଶନ

author img

By

Published : Aug 20, 2022, 1:17 PM IST

Updated : Aug 20, 2022, 1:33 PM IST

ରାଜଧାନୀ ଉପକଣ୍ଠ ବାଲିପାଟଣାରେ ବନ୍ୟାଞ୍ଚଳ ପରିଦର୍ଶନ ପାଇଁ ପହଞ୍ଚିଲେ ଭୁବନେଶ୍ବର ସାଂସଦ ଓ ବିଜେଡ଼ି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ସେମାନେ ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ ବଣ୍ଟନ ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ

ରାଜଧାନୀ ଉପକଣ୍ଠରେ ସାଂସଦ ଅପରାଜିତା ଓ ମୁନା ଖାଁଙ୍କ ବନ୍ୟାଞ୍ଚଳ ପରିଦର୍ଶନ
ରାଜଧାନୀ ଉପକଣ୍ଠରେ ସାଂସଦ ଅପରାଜିତା ଓ ମୁନା ଖାଁଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ନିଆଳି: ରାଜଧାନୀ ଉପକଣ୍ଠ ବାଲିପାଟଣାରେ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେହିପରି ବିଜେଡ଼ି ରାଜ୍ୟସଭା ସାଂସଦ ମୁନ୍ନା ଖାଁ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଏହାସହ ଉଭୟ ବନ୍ୟା ବିପନ୍ନଙ୍କୁ ରିଲିଫ ବାଣ୍ଟିଛନ୍ତି । ନଦୀରେ ଜଳସ୍ତର ହ୍ରାସ ହେବା ପରେ ମଧ୍ୟ କମିନି ବନ୍ୟା ପୀଡ଼ିତଙ୍କ ଦୁଃଖ । ଏବେ ବି ଲୋକେ ବନ୍ୟାପାଣି ଘେରରେ ରହିଛନ୍ତି । ବିଭିନ୍ନ ରାଜନେତା ଓ ସାମାଜିକ ସଂଗଠନର ସଦସ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରି ସହାୟତା ପାଇଁ ଆଗେଇ ଆସିଛନ୍ତି ।

ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଇନ୍ଦୋଳ କୁଶିଆରୀ, ବିଲସାହି ଗାଁକୁ ଯାଇ ଲୋକଙ୍କ ଦୁର୍ଦ୍ଦଶା ଦେଖିଛନ୍ତି । ଧାନ ଚାଷରେ ହୋଇଥିବା କ୍ଷତି ପାଇଁ ଇନ୍ସୁରାନ୍ସର ବ୍ୟବସ୍ଥା, ଅଚ୍ୟୁତପୁରକାଜ ଠାରେ ସୁଇସ୍ ଗେଟ୍ ପାଇଁ ବ୍ୟବସ୍ଥା କରିବା ସହ ଧନୁଆ ନଦୀର ଆଡ଼ି ବନ୍ଧ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ସେ ପ୍ରସ୍ତାବ ରଖିବେ ବୋଲି ଅପରାଜିତା ଲୋକମାନଙ୍କୁ କହିଛନ୍ତି ।

ରାଜଧାନୀ ଉପକଣ୍ଠ ବାଲିପାଟଣାରେ ବିଜେଡ଼ି ରାଜ୍ୟସଭା ସାଂସଦ

ଅନ୍ୟପଟେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ବାଲିପାଟଣାର ବେଲମରା ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପ୍ରଭାବିତ ସମସ୍ତ ପରିବାରକୁ ସାହାଯ୍ୟ କରାଯିବ ବୋଲି ସାଂସଦ ପ୍ରତିଶୃତି ଦେଇଛନ୍ତି ।

ରିଲିଫ ବାଣ୍ଟୁଛନ୍ତି ସାଂସଦ ଅପରାଜିତା
ରିଲିଫ ବାଣ୍ଟୁଛନ୍ତି ସାଂସଦ ଅପରାଜିତା

ଇଟିଭି ଭାରତ, ନିଆଳି

Last Updated : Aug 20, 2022, 1:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.