କଟକ: ପୁରୀଘାଟ ଆଇଆଇସିଙ୍କ ନାମରେ ର୍ଦୁବ୍ୟବହାର ଅଭିଯୋଗ । ଅଭିଯୋଗ ଆଣିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏନେଇ ସେ ଟ୍ବିଟ୍ କରି ଜଣାଇଛନ୍ତି । ତାଙ୍କୁ ପୁରୀଘାଟ ଆଇଆଇସି ର୍ଦୁବ୍ୟବହାର କରିଥିବା ସେ ଦର୍ଶାଇଛନ୍ତି ।
ସାଂସଦଙ୍କ ଘର ସାମ୍ନାରେ ମନଜୀତ ଦାସ ନାମକ ଏକ ବ୍ୟକ୍ତି କିଛି ସମସ୍ୟା ସୃଷ୍ଟି କରୁଥିବାରୁ ଏନେଇ ସେ ଥାନାରେ ଜଣାଇଥିଲେ । ତେବେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏନେଇ ସେ ଟ୍ବିଟ୍ କରି କମିଶନରେଟ ପୋଲିସକୁ ଜଣାଇଥିଲେ ।
ଏହାର କିଛି ସମୟ ପରେ ପୁରୀଘାଟ ଆଇଆଇସି ତାଙ୍କୁ ର୍ଦୁବ୍ୟବହାର କରିଥିବା ସେ ଟ୍ବିଟ୍ କରି ଦର୍ଶାଇଛନ୍ତି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।