କଟକ: ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତଳ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ବାହୁବଳୀ ବିଧାୟକ ଜଗଦ୍ଦେବ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇବା ମାମଲାରେ ବିଧାୟକ ଗିରଫ ହୋଇଛନ୍ତି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ପରେ ପ୍ରଥମେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା ଏବଂ ପରେ ତାଙ୍କୁ ବାଣପୁର କୋର୍ଟକୁ ନିଆଯାଇଥିଲା । ବାଣପୁର ଜେଏମଏଫସି ଅଦାଲତରେ ବିଧାୟକଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା ।
ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୨ ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଯାହାପରେ ସାଧାରଣ ଜନତାଙ୍କ ସମେତ କିଛି ପୋଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଏହାପରେ ଉତ୍ୟକ୍ତ ଲୋକମାନେ ବିଧାୟକଙ୍କୁ ତାଙ୍କ ଗାଡ଼ିରୁ ଟାଣି ଆଣି ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ