ETV Bharat / city

ନାବାଳିକା ଦୁଷ୍କର୍ମ ମାମଲା: କଟକ ପୋକ୍ସୋ କୋର୍ଟରେ ଦୋଷୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ - କଟକ ପୋକ୍ସୋ କୋର୍ଟରେ ଦୋଷୀକୁ ଆଜୀବନ କାରାଦଣ୍ଡ

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ପୋକ୍ସୋ ଅଦାଲତ । ଆଜୀବନ କାରାଦଣ୍ଡ ସହ ଦୋଷୀକୁ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

ନାବାଳିକା ଦୁଷ୍କର୍ମ ମାମଲା: କଟକ ପୋକ୍ସୋ କୋର୍ଟରେ ଦୋଷୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ

author img

By

Published : Jun 22, 2022, 7:35 PM IST

କଟକ: ଚୌଦ୍ୱାର ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ପୋକ୍ସୋ ଅଦାଲତ । ଆଜୀବନ କାରାଦଣ୍ଡ ସହ ଦୋଷୀକୁ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ହେଲେ ଅଧିକ ଦୁଇ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନାବାଳିକା ଦୁଷ୍କର୍ମ ମାମଲା: କଟକ ପୋକ୍ସୋ କୋର୍ଟରେ ଦୋଷୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ

୨୦୧୮ ମସିହାରେ ଚୌଦ୍ୱାର ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକା ଗଣେଶ ଭଷାଣ ଦେଖିବାକୁ ଯାଇଥିବାବେଳେ ଅଭିଯୁକ୍ତ ମାୟାଧର ପୂର୍ତ୍ତି ତାକୁ ଅପହରଣ କରି ଦୁଷ୍କର୍ମ କରିଥିଲା । ଏହାର ପରଦିନ ପରିବାର ଲୋକ ଖୋଜାଖୋଜି କରି ଜଙ୍ଗଲ ଭିତରୁ ନାବାଳିକାଙ୍କୁ ମୂର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାକୁ ନେଇ ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏହି ମାମଲାର ଶୁଣାଣି କରି ବୁଧବାର କଟକ ପୋକ୍ସୋ ଅଦାଲତ ମାୟାଧର ପୂର୍ତ୍ତି ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ପୀଡିତାଙ୍କୁ ୫ ଲକ୍ଷଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.