କଟକ: ଜାତୀୟ ଆଇନ ସେବା ପ୍ରାଧିକରଣ ଆନୂଲ୍ୟରେ ମେଗା ଆଇନ ସେବା ସହାୟତା ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ହାଇକୋର୍ଟ ମୁଖ୍ୟ ବିଚାରପତି କେ ଏସ୍ ଜାଭେରୀ ଯୋଗ ଦେଇ ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ମାଗଣାରେ ଆଇନ ସେବା ସହାୟତା ଯୋଗାଇ ଦେବା ଉପରେ ଗୁରୁତ୍ବରୋପ କରିଛନ୍ତି।
ଏହି ଅବସରରେ ଜଷ୍ଟିସ କେ ଏସ୍ ଜାଭେରୀ ତେଲେଙ୍ଗା ପେଣ୍ଠ ଗାନ୍ଧୀ ସ୍ମୃତି ପୀଠରେ ଥିବା ଗାନ୍ଧୀଙ୍କ ପ୍ରତିମୃତିରେ ମାଲ୍ୟାର୍ପଣ କରିବା ସହ ଅତିରିକ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମହିଳା ଶିଶୁ ବିକାଶ ବିଭାଗ ‘ସଖୀ ’ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ଏହି ଶିବିରରେ ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭୁବନେଶ୍ଵର-କଟକ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଜିଲ୍ଲାପାଳ ଭବାନୀଶଙ୍କର ଚଇନି, କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା, ସିଏମସି କମିଶନର ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ