ETV Bharat / city

ଆସନ୍ତା ୫ରୁ ମାଟ୍ରିକ ସମେଟିଭ-୧ ପରୀକ୍ଷା

author img

By

Published : Dec 21, 2021, 10:30 AM IST

ଆସନ୍ତା ଜାନୁୟାରୀ ୫ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ ଆସେସମେଣ୍ଟ - ୧ ପରୀକ୍ଷା । ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତ ବୋର୍ଡ । ଅଧିକ ପଢନ୍ତୁ

ଆସନ୍ତା ୫ରୁ ମାଟ୍ରିକ ସମେଟିଭ-୧ ପରୀକ୍ଷା
ଆସନ୍ତା ୫ରୁ ମାଟ୍ରିକ ସମେଟିଭ-୧ ପରୀକ୍ଷା

କଟକ: ଆସନ୍ତା ୫ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ ଆସେସମେଣ୍ଟ - ୧ ପରୀକ୍ଷା(matric summative assessment-1 examination) । ଚଳିତବର୍ଷ ମୋଟ ୫ ଲକ୍ଷ ୭୧ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୩ ହଜାର ୯୩ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଜାନୁୟାରୀ ୫ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଦୁଇଟି ସିଟିଂରେ ୫୦ ନମ୍ବର ବିଶିଷ୍ଟ ଅବଜେକ୍ଟିଭ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଥିପାଇଁ ଏକ ଘଣ୍ଟା ସମୟ ନିର୍ଘଣ୍ଟ କରାଯାଇଛି । ତେବେ କେବଳ ଗଣିତ ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ ଦିଆଯିବ । ପରୀକ୍ଷା ସମ୍ପର୍କିତ ସମସ୍ତ ବିବରଣୀ ବୋର୍ଡ ୱେବସାଇଟରେ ଦିଆଯାଇଛି । ପରୀକ୍ଷାର୍ଥୀଙ୍କ ସଂଖ୍ୟା ଏବଂ ପରୀକ୍ଷା ସେଣ୍ଟର ତାଲିକା, କେଉଁ ପରୀକ୍ଷାର୍ଥୀ କେଉଁ ସେଣ୍ଟରରେ ପରୀକ୍ଷା ଦେବେ ଇତ୍ୟାଦି ବାବଦରେ ସମସ୍ତ ତଥ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ କିମ୍ବା ବୋର୍ଡ ୱେବସାଇଟରୁ ପିଲା ଡାଉନଲୋଡ କରିପାରିବେ । ପ୍ରଥମ ଥର ପାଇଁ ଏହି ସମେଟିଭ ପରୀକ୍ଷା ବୋର୍ଡ ଦ୍ୱାରା ଆୟୋଜନ କରାଯାଉଥିବାବେଳେ ବୋର୍ଡ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ ଶେଷ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.