ETV Bharat / city

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ପାସ ହାର 90.55 %

author img

By

Published : Jul 6, 2022, 12:59 PM IST

Updated : Jul 6, 2022, 4:42 PM IST

ପ୍ରକାଶ ପାଇଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ । ଚଳିତବର୍ଷ ରେକର୍ଡ ପ୍ରତିଶତ 90.55 % ରେଜଲ୍ଟ ହୋଇଛି। ଅଧିକ ପଢନ୍ତୁ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

କଟକ: ପ୍ରକାଶ ପାଇଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ । ଚଳିତବର୍ଷ ରେକର୍ଡ ପ୍ରତିଶତ 90.55 % ରେଜଲ୍ଟ ହୋଇଛି । ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଲା ପରୀକ୍ଷା ଫଳ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚନ କରିଛନ୍ତି। 2ଟାରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ମୋଟ 5ଲକ୍ଷ 17 ହଜାର 847 ଛାତ୍ରଛାତ୍ରୀ ପାସ କରିଛନ୍ତି। 8699 ଜଣ ଫେଲ ହୋଇଛନ୍ତି। ଛାତ୍ରଙ୍କ ପାସ ହାର 88.77 ପ୍ରତିଶତ ରହିଥିବାବେଳେ ଛାତ୍ରୀଙ୍କ ପାସ ହାର 92.37 ପ୍ରତିଶତ ରହିଛି। 3ଟି ସ୍କୁଲରେ ଫଳ ଶୂନ ରହିଛି।

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

A1ରେ 8119 ଜଣ ରହିଥିବା ବେଳେ A2 ରେ 54889ଜଣ, B1ରେ 120312ଜଣ,B2 ରେ 142599 ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ଚଳିତବର୍ଷ 2 ଲକ୍ଷ 56 ହଜାର 877 ଜଣ ଛାତ୍ର ହୋଇଥିବାବେଳେ 2 ଲକ୍ଷ 60 ହଜାର 970 ଜଣ ଛାତ୍ରୀ ପାସ କରିଛନ୍ତି। ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି। ତେବେ 45091 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି। ସେହିପରି ଚଳିତବର୍ଷ 3275 ଜଣ ଛାତ୍ରଛାତ୍ରୀ ଏକ୍ସ ରେଗୁଲାର ପାଇଁ ଫର୍ମ ପୂରଣ କରିଥିଲେ। ସେଥିରୁ 2510 ପରୀକ୍ଷାର୍ଥୀ ପାସ କରିଛନ୍ତି। 7999 ଜଣ ପରୀକ୍ଷା ଦେଇନାହାନ୍ତି। ତେବେ ଏକ୍ସ ରେଗୁଲାର ରେ ପାସ ହାର 52.73 ପ୍ରତିଶତ ରହିଛି।

ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ 96.36 ପ୍ରତିଶତ ରେଜଲ୍ଟ ହୋଇଥିବା ନେଇ ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଆସନ୍ତା 11ତାରିଖରୁ ଚେକିଂ ଆବେଦନ ଆରମ୍ଭ ହେବ। ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ପିଲା ରିଚେକିଂ କରାଇ ପାରିବେ । ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ରିଚେକିଂ ଆବେଦନ କରିପାରିବେ ।

ଇଟିଭି ଭାରତ, କଟକ

Last Updated : Jul 6, 2022, 4:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.