କଟକ: ଆଜିଠୁ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ଭୁବନେଶ୍ବର ପରେ ଏବେ କଟକରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । କଟକ ମହାନଗର ନିଗମ ପକ୍ଷରୁ ଏହି ନୂଆ ନିୟମ ଜାରି ହୋଇଛି । ଆଜିଠୁ କଟକରେ ମାସ୍କ ଓ ସାମାଜିକ ଦୂରତ୍ବ ରକ୍ଷା କରିବା ବାଧ୍ୟତାମୂଳକ । ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମସି ଏହି ନିୟମ କଡାକଡି କରିଛି । ଏପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାସ ସିଂହ ।
ଇଟିଭି ଭାରତ, କଟକ