ETV Bharat / city

ନଗର କଂଗ୍ରେସର ମିଶ୍ରଣ ପର୍ବ, ମିଶିଲେ ଅନେକ ବିଜେଡି କର୍ମୀ

author img

By

Published : Sep 7, 2022, 10:44 PM IST

କଟକ ନଗର କଂଗ୍ରେସର ମିଶ୍ରଣ ପର୍ବ । ଦଳରେ ଯୋଗଦେଲେ ଅନେକ ବିଜେଡି ନେତା ଓ କର୍ମୀ । କଂଗ୍ରେସ ଦଳର ନେତୃତ୍ବରେ ଆସ୍ଥା ପ୍ରକଟ କରି ସେମାନେ ଦଳରେ ସାମିଲ ହୋଇଛନ୍ତି ଏବଂ ଆଗାମୀ ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରିବ ବୋଲି କହିଛନ୍ତି ସଭାପତି ସୁରେଶ ମହାପାତ୍ର । ଅଧିକ ପଢ଼ନ୍ତୁ

ନଗର କଂଗ୍ରେସର ମିଶ୍ରଣ ପର୍ବ, ମିଶିଲେ ଅନେକ ବିଜେଡି କର୍ମୀ
ନଗର କଂଗ୍ରେସର ମିଶ୍ରଣ ପର୍ବ, ମିଶିଲେ ଅନେକ ବିଜେଡି କର୍ମୀ

କଟକ: ନଗର କଂଗ୍ରେସର ମିଶ୍ରଣ ପର୍ବ । ୨୦୨୪ ସାଧାରଣ ନିର୍ବଚନ ପାଇଁ ବଳ ଗୋଟାଉଛି କଂଗ୍ରେସ । ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ ଦଳରେ ସାମିଲ ହୋଉଛନ୍ତି ଅନେକ ତୁଙ୍ଗ ନେତା ଓ କର୍ମୀ । ଏହି କ୍ରମରେ ଆଜି କଂଗ୍ରେସରେ ମିଶିଛନ୍ତି ବିଜେଡି ଦଳର ଅନେକ କର୍ମୀ ଓ ନେତା ।

ନିକଟରେ କଟକ ନଗର କଂଗ୍ରେସର ସଭାପତି ଭାବରେ ସୁରେଶ ମହାପାତ୍ର ନିଯୁକ୍ତ ହୋଇଛନ୍ତି । ଏହାପରେ ସେ ଦଳ ସଜାଡ଼ିବା ଆରମ୍ଭ କରିଛନ୍ତି । ଗତ ଅଗଷ୍ଟ ମାସ ୨୨ ତାରିଖରେ ଦଳୀୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଦା ସାହୁ, ଶ୍ରୀଚନ୍ଦନ ପ୍ରଧାନ, ଆଲୋକ ମହାନ୍ତ, ସହଦେବ ବେହେରା ପ୍ରମୁଖଙ୍କ ସମେତ ବିଜେପି, ବିଜେଡି ଓ କମ୍ୟୁନିଷ୍ଟ ଦଳ ପକ୍ଷରୁ ଶତାଧିକ କର୍ମୀ କଂଗ୍ରେସରେ ଯୋଗଦାନ କରିଥିଲେ । ସେତେବେଳେ ସମସ୍ତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ କରିବା ସହିତ ଆଗାମୀ ଦିନରେ କଂଗ୍ରେସ ଆହୁରି ସୁଦୃଢ଼ ହେବ ବୋଲି କହିଥିଲେ ସଭାପତି ସୁରେଶ ମହାପାତ୍ର ।

ଏହା ମଧ୍ୟ ପଢ଼ନ୍ତୁ...କଟକରେ ବଳ ଗୋଟାଉଛି କଂଗ୍ରେସ, ହାତ ଧରିଲେ ବିଭିନ୍ନ ଦଳର ଶତାଧିକ କର୍ମୀ

ସେହିଭଳି ଆଜି (ବୁଧବାର) ନଗର କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି ଦଳର ଅନେକ ମହିଳା ଓ ପୁରୁଷ କର୍ମୀ ଓ ତୁଙ୍ଗ ନେତା କଂଗ୍ରେସରେ ଯୋଗଦାନ କରିଛନ୍ତି । ତେବେ ଏହି ମିଶ୍ରଣ ପର୍ବର ଏକମାତ୍ର ଲକ୍ଷ ୨୦୨୪ ନିର୍ବାଚନ ବୋଲି କହିଛନ୍ତି ନଗର କଂଗ୍ରେସ ସଭାପତି । କିଛିଦିନ ପୂର୍ବରୁ ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କର ଘନିଷ୍ଠ କୁହାଯାଉଥିବା କିଛି ଦଳୀୟ କିଛି କର୍ମୀ ହାତ ଛାଡିଥିଲ । ତେବେ ସେଥିପାଇଁ କଂଗ୍ରେସ ଚିନ୍ତିତ ନୁହେଁ ବୋଲି କହିଛନ୍ତି କଂଗ୍ରେସ ସଭାପତି ।

ଏହି ଅବସରରେ କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର କହିଛନ୍ତି, "ଆଜି ବିଜୁ ଜନତା ଦଳରୁ ଅନେକ ଭାଇ ଓ ଭଉଣୀମାନେ କଂଗ୍ରେସ ଓ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ସହରେ ରହିଥିବା ବିଭିନ୍ନ ସମସ୍ୟା ବିରୋଧରେ ଆମେ ସମସ୍ତେ ମିଳିମିଶି ଆନ୍ଦୋଳନ କରିବୁ ।" ତେବେ ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରି ସରକାର ଗଠନ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.