ETV Bharat / city

ମୁଣ୍ଡୁଳି ବ୍ରିଜରେ ମିଛ ଆତ୍ମହତ୍ୟା, ସ୍ତ୍ରୀଙ୍କ ସହ ଝଗଡା କରି ରଚିଥିଲେ ନାଟକ - ମୁଣ୍ଡଳୀ ବ୍ରିଜରେ ଅଘଟଣ

ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ରଖି ଯୁବକ ମହାନଦୀକୁ ଡେଇଁବା ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ । ଯୁବକ ସେଠାରେ ସ୍କୁଟି ରଖି ଅନ୍ୟତ୍ର ଚାଲିଯାଇଥିଲେ, ସଂପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ।

ମୁଣ୍ଡଳୀ ବ୍ରିଜରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ

author img

By

Published : Aug 30, 2022, 11:31 AM IST

Updated : Aug 30, 2022, 7:39 PM IST

କଟକ: ମହାନଦୀ ମୁଣ୍ଡଳୀ ବ୍ରିଜରେ ଆଉଏକ ଅଘଟଣ ଆଶଙ୍କା ଟଳିଲା । ବ୍ରିଜ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁବା ଆଶଙ୍କା କରାଯାଉଥିଲା । ମାତ୍ର ଏହା ମିଛ ପ୍ରମାଣିତ ହୋଇଛି । (Man jumps into Mahanadi from Mundali Barrage) । ଯୁବକ ଜଣଙ୍କ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଓ ପୋଲିସ ହେପାଜରେ ଥିବା ସ୍ପଷ୍ଟ ହୋଇଛି । ପରିବାର ସଦସ୍ୟ କିମ୍ବା କୌଣସି ସଂପର୍କୀୟଙ୍କୁ ଭୟଭୀତ କରିବାକୁ ସେ ସେଠାରେ ସ୍କୁଟି ରଖି ଚାଲିଯାଇଥିଲେ ବୋଲି କୁହାଯାଉଛି ।

ମୁଣ୍ଡୁଳି ବ୍ରିଜରେ ମିଛ ଆତ୍ମହତ୍ୟା

କଟକ ମୁଣ୍ଡୁଳି ବ୍ରିଜ ଉପରେ ସ୍କୁଟି ଓ ଚପଲ ମିଳିବା ଘଟଣା ନେଇଛି ନୂଆ ମୋଡ଼। କାଳେ କିଏ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା, ସେଥିରେ ଯବନିକା ପଡିଛି। ଯୁବକ ଜଣଙ୍କ ରଗୁରଞ୍ଜନ ମହାକୁଡ଼ । ସେ ଅନୁଗୋଳରେ ଘର କରି ରହୁଛନ୍ତି। ଗତ କାଲି ଠାରୁ ତାଙ୍କ ସ୍ତ୍ରୀ ସହ ଝଗଡା ହେବାପରେ ସେ ଘର ଛାଡି ପଳାଇ ଥିଲେ । ସେଠାରେ ସ୍କୁଟି ରଖି ସେ ଭୁବନେଶ୍ବର ଚାଲିଯାଇଥିଲେ । ତାଙ୍କ ଶାଳକମାନେ ତାଙ୍କୁ ଉଦ୍ଧାର କରିବା ପରେ ଏବେ ବାରଙ୍ଗ ପୋଲିସ ତାଙ୍କୁ ଅଟକ ରଖି ଏନେଇ ଅଧିକ ପଚରାଉଚରା କରୁଛି ।

ଏହା ମଧ୍ୟ ପଢନ୍ତୁ-ଦାରୁଠେଙ୍ଗ ଡ଼ମ୍ପିଂୟାର୍ଡ ବିବାଦ, ହସ୍ତକ୍ଷେପ କଲା ନଗର ଉନ୍ନୟନ ବିଭାଗ

ସେପଟେ ବ୍ରିଜ୍‌ ଉପରେ ଏକ ସ୍କୁଟି ଓ ପୁରୁଷଙ୍କ ଚପଲ ଥିବାରୁ ମହାନଦୀକୁ ଜଣେ ଯୁବକ ଡେଇଁ ପଡିଥିବା ସନ୍ଦେହ କରାଯାଇଥିଲା । କିଏ ଓ କାହିଁକି ମହାନଦୀକୁ ଡେଇଁଲେ ସେନେଇ କିଛି ସ୍ପଷ୍ଟସୂଚନା ମିଳିପାରିନଥିଲା । ଫଳରେ ଖବରପାଇ ଗୋଡ଼ିସାହି ଫାଣ୍ଡି ପୋଲିସ ଓ ଅଗ୍ନିଶମ ବିଭାଗ ସର୍ଚ୍ଚ ଅପରେସନ ଚଳାଇଥିଲା । ନିକଟରେ ଏପରି ଘଟଣା ଘଟିଥିବାରୁ ଏହାପୁଣିଏକ ଆତ୍ୟହତ୍ୟା ଘଟଣା ହୋଇଥାଇପାରେ ବୋଲି ସମସ୍ତେ ସନ୍ଦେହ କରିଥିଲେ ।

Last Updated : Aug 30, 2022, 7:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.