ETV Bharat / city

ମମିତା ହତ୍ୟାକାଣ୍ଡରେ ସିବିଆଇ ନୁହେଁ ଏସଆଇଟି ତଦନ୍ତ ଆବଶ୍ୟକ: କଂଗ୍ରେସ

author img

By

Published : Oct 30, 2021, 10:31 PM IST

Updated : Oct 31, 2021, 8:37 AM IST

କଳାହାଣ୍ଡି ମହାଲିଙ୍ଗ କଲେଜ ଶିକ୍ଷୟିତ୍ରୀ ହତ୍ୟାକାଣ୍ଡ ମାମାଲାକୁ ନେଇ ରାଜନୀତି ସରଗରମ ହୋଇଛି । ମମିତା ହତ୍ୟାକାଣ୍ଡରେ ସିବିଆଇ ନୁହେଁ, ଏସଆଇଟି ତଦନ୍ତ କରାଯାଉ ବୋଲି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି । ଅଧିକ ପଢନ୍ତୁ...

mamita meher murder case SIT probe  demand by congress
ମମିତା ହତ୍ୟାକାଣ୍ଡରେ ସିବିଆଇ ନୁହେଁ ଏସଆଇଟି ତଦନ୍ତ ଆବଶ୍ୟକ: କଂଗ୍ରେସ

କଟକ: ମମିତା ମେହେର ହତ୍ୟାକାଣ୍ଡରେ ସିବିଆଇ ନୁହେଁ ବରଂ ଏସଆଇଟି ତଦନ୍ତ ଆବଶ୍ୟକ । ଘଟଣାରେ ପ୍ରକୃତ ଦୋଷୀ ଗିରଫ ହେବା ସହ ଦଳୀୟ କର୍ମୀଙ୍କ ମଧ୍ୟ ସତ୍ୟାସତ୍ୟ ସାମ୍ନାକୁ ଆସିବ । ଏନେଇ ଆଜି (ଶନିବାର) ସିଧାସଳଖ ଭାବରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଡ. ଚେଲ୍ଲା କୁମାର ।

କଳାହାଣ୍ଡି ମହାଲିଙ୍ଗ କଲେଜ ଶିକ୍ଷୟିତ୍ରୀ ହତ୍ୟାକାଣ୍ଡ ମାମଲାକୁ ନେଇ ରାଜନୀତି ସରଗରମ ହୋଇଛି । କଳାହାଣ୍ଡି ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁହାଁମୁହିଁ ହୋଇଛନ୍ତି 3 ରାଜନୈତିକ ଦଳ । ଏହି ରହସ୍ୟଜନକ ମୃତ୍ୟୁକୁ ନେଇ ଅନେକ ଦିଗ ସାମ୍ନାକୁ ଆସୁଛି । ଏହି ମାମଲାରେ ବିଜେପି ବିଜେଡିକୁ ଟାର୍ଗେଟ କରୁଛି । ଅନ୍ୟ ପକ୍ଷରେ ପ୍ରମୁଖ ଦଳ କଂଗ୍ରେସ ଆଜି ସିଧାସଳଖ ଭାବରେ ଉଭୟ ବିଜେଡି ଓ ବିଜେପିକୁ କରିଛି ଟାର୍ଗେଟ । ଉଭୟ ଦଳର ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡୁଛି । ଯାହାକୁ ନେଇ ମମିତା ଭଳି ସଧାରଣ ଝିଅର ଜୀବନ ଯାଇଛି । ରାଜ୍ୟରେ ମହିଳା ଅସୁରକ୍ଷିତ ଭାବରେ ରହୁଛନ୍ତି । ସୁରକ୍ଷା ପ୍ରଦାନ କରିପାରିନାହାଁନ୍ତି ରାଜ୍ୟ ସରକାର ।

ତେବେ ଏହି ପ୍ରସଙ୍ଗରେ ନ୍ୟାୟ ପାଇବାକୁ ହେଲେ କେବଳ ଏସଆଇଟି ତଦନ୍ତ ଆବଶ୍ୟକ । ରାଜ୍ୟ ସରକାର ହାଇକୋର୍ଟର ବିଚାରପତିଙ୍କୁ ନେଇ ସ୍ବତନ୍ତ୍ର ବିଚାର ବିଭାଗୀୟ ତଦନ୍ତ କଲେ ସତ୍ୟ ଘଟଣା ପଦାକୁ ଆସିବ । ସେହିପରି ବିଜେପିର ସିବିଆଇ ତଦନ୍ତ ଦାବିକୁ ନେଇ ପ୍ରଶ୍ନ କରିଛନ୍ତି ଚେଲ୍ଲା କୁମାର । କାରଣ ଓଡିଶାରେ ପୂର୍ବରୁ ଅନେକ ସଙ୍ଗୀନ ମାମଲା ସିବିଆଇ ହାତକୁ ଯାଇଛି । ଆଉ ଏହାର ନିଷ୍କର୍ଷ ଦିଗ ସମ୍ପୂର୍ଣ୍ଣ ରୂପରେ ଦିଗହରା ହୋଇଛି। ତେବେ ଏହି ମାମଲା ଏସଆଇଟି ତଦନ୍ତ କରିବା ଆବଶ୍ୟକ। ଏହି ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଦାବି କରିଛି କଂଗ୍ରେସ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 31, 2021, 8:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.