କଟକ: ସିଲଭରସିଟିରେ ପାଳିତ ହୋଇଛି ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତର 100ତମ ବର୍ଷ। ଏହି ପ୍ରରିପ୍ରେକ୍ଷୀରେ କଟକରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ବାପୁଙ୍କ ଓଡ଼ିଶା ଗସ୍ତକୁ 100ତମ ବର୍ଷ ଉପଲକ୍ଷେ କଟକର ଏକ ଘରୋଇ ସ୍କୁଲରେ ସ୍ଥାପିତ ହୋଇଛି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।
ମହାତ୍ମା ଗାନ୍ଧୀଙ୍କ ଏହି ପ୍ରତିମୂର୍ତ୍ତିର ଉଚ୍ଚତା 9 ଫୁଟ ରହିଛି। ଆଜି(ମଙ୍ଗଳବାର) କଟକ ପାଇଁ ଏକ ଗୌରବର ଦିନ ଥିଲା। ଏହି ଦିନ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଯୋଜନା ରଖିଥିଲେ ଘରୋଇ ସ୍କୁଲ କର୍ତ୍ତୃପକ୍ଷ। ରାଜ୍ୟପାଳ ଗଣେଶୀଲାଲ ଏନେଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିମୂର୍ତ୍ତି କରିବା ଯୋଜନା ରହିଥିଲା। ତେବେ ଏହା ସମ୍ଭବ ହୋଇପାରିଲା ନାହିଁ।
ମୂର୍ତ୍ତୀଟି ଅତ୍ୟନ୍ତ ସୁନ୍ଦର ଓ ମନୋରମ ହୋଇଛି। ବାବୁ ସ୍ବୟଂ ଏକ ମଣ୍ଡପରେ ବସିଥିବା ମନେ ହେଉଛି। ଏହି ପ୍ରତିମୂର୍ତ୍ତିକୁ ଆସନ୍ତା ମାର୍ଚ୍ଚ 31 ତାରିଖରେ ଉଦଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ