କଟକ: ଏସପି ଅଫିସ ଘେରିଲା ଦଳିତ ଆଦିବାସୀ ମହାସଙ୍ଘ । ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ପରିବାର ଉପରେ ଆକ୍ରମଣକୁ ନିନ୍ଦାକରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଦିବାସୀ ମହାସଙ୍ଘ ଏନେଇ ଏସପି ଅଫିସ ଘେରାଉ କରିଛି ।
ସୂଚନା ଅନୁଯାୟୀ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୃତକଙ୍କ ସମ୍ପର୍କୀୟ ଅଭିଯୁକ୍ତ ପଞ୍ଚାନନଙ୍କ ଉପରେ ଆକ୍ରମଣ କରିଥିଲେ । ଏନେଇ ଡିସେମ୍ବର 27ରେ ଅଭିଯୋଗ ହେବାପରେ ପୋଲିସର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଦିବାସୀ ସଙ୍ଘ । ପୋଲିସ ଏପର୍ଯନ୍ତ କଣ ପାଇଁ ଚୁପ ରହିଛି ବୋଲି ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି ।
ତୁରନ୍ତ ଏନେଇ ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ ଡିଜିଙ୍କ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ମହାସଙ୍ଘ । ଅନ୍ୟପଟେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଭାବେ ପଞ୍ଚାନନଙ୍କୁ ଗିରଫ କରିଛି ପୋଲିସ, ବର୍ତ୍ତମାନ ସେ ଜେଲରେ ଅଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ