ETV Bharat / city

ମାହାଙ୍ଗା ଡବଲ ମର୍ଡର ଘଟଣା: 4 ଅଟକ

author img

By

Published : Jan 5, 2021, 9:44 AM IST

Updated : Jan 5, 2021, 11:53 AM IST

ମାହାଙ୍ଗା ଡବଲ ମର୍ଡର ଘଟଣା
ମାହାଙ୍ଗା ଡବଲ ମର୍ଡର ଘଟଣା

09:41 January 05

ମାହାଙ୍ଗା ଡବଲ ମର୍ଡର ଘଟଣା: 4 ଅଟକ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହିତ ମୋଟ 4 ଜଣଙ୍କୁ ଅଟକ ରଖିଛି ପୋଲିସ । କଟକ ଗ୍ରାମାଞ୍ଚଳ ପୋଲିସ ସେମାନଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏନେଇ ଅଧିକ ସୂଚନା ଦେବା ପାଇଁ ଆଜି ଅପରାହ୍ନରେ ପୋଲିସ ସାମ୍ବାଦିକ ସମ୍ମିଳନୀ ରଖିଛି ।  

ସୂଚନାଥାଉକି, 2 ତାରିଖ ରାତିରେ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ ରାଜନୀତି ଜୋର ଧରିଛି । ଘଟଣାକୁ ନେଇ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ନାମରେ ମାମଲା ରୁଜୁ ହୋଇଛି ।  

ସେପଟେ ବିଜେପି ଯୁବ ମୋର୍ଚ୍ଚା ଏହାକୁ ନେଇ ଆଜି ରାଜ୍ୟର ସମସ୍ତ ଥାନା ଘେରାଉ କରିବ ବୋଲି ଘୋଷଣା କରିଛି । କୁଳମଣି ବରାଳ ମାହାଙ୍ଗାରେ ଚାଲିଥିବା ଆବାସ ଯୋଜନା ଦୁର୍ନୀତିର ପର୍ଦ୍ଦାଫାଶ କରୁଥିବାରୁ ଶାସକ ଦଳ ପ୍ରତିହିଂସା ପରାୟଣ ହୋଇ ଏପରି କରିଥିବା ବିଜେପି ଅଭିଯୋଗ କରିଛି । 

Last Updated : Jan 5, 2021, 11:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.