ETV Bharat / technology

ଆଜି ସୁନୀତାଙ୍କ ରେସ୍କ୍ୟୁ ମିଶନ ଲଞ୍ଚ; Crew-9 ମିଶନକୁ ନାସାର ଗ୍ରୀନ ସିଗ୍ନାଲ - Sunita Rescue Mission Launch Today - SUNITA RESCUE MISSION LAUNCH TODAY

Sunita Williams Rescue Mission: ଆଜି ନାସା ମହାକାଶଚାରୀ ତଥା ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସଙ୍କ ରେସ୍କ୍ୟୁ ମିଶନ ଲଞ୍ଚ । ବାତ୍ୟା 'ହେଲିନ' (Cyclone Helene) ପାଇଁ ଘୁଞ୍ଚିଥିବା ଏହି ମିଶନ ଆଜି ଲଞ୍ଚ ହେବାକୁ ଯାଉଛି । ଅଧିକ ପଢନ୍ତୁ

Sunita Williams Rescue Mission
Sunita Williams Rescue Mission (Photo- NASA & SpaceX)
author img

By ETV Bharat Tech Team

Published : Sep 28, 2024, 4:06 PM IST

ହାଇଦ୍ରାବାଦ: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ରେସ୍କ୍ୟୁ ମିଶନ କ୍ରୁ-9କୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଗ୍ରୀନ ସିଗ୍ନାଲ ମିଳିଛି । ବାତ୍ୟା ହେଲିନ ପାଇଁ ଗତ ସେପ୍ଟେମ୍ବର 26 ତାରିଖରେ ଏହି ମିଶନ ଲଞ୍ଚ ହୋଇପାରିନଥିଲା । ତେବେ ଆଜି ଭାରତୀୟ ସମୟ ରାତି 10ଟା 47ମିନିଟରେ ଏହି ମିଶନ ଲଞ୍ଚ ହେବାକୁ ଯାଉଛି । ଏଥିଲାଗି ନାସା ଓ ଏଲନ ମସ୍କଙ୍କ ରକେଟ ନିର୍ମାତା କମ୍ପାନୀ SpaceX ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ଫ୍ଲୋରିଡାର କାପେ କାନଭେରାଲରୁ ଏହି ମିଶନ ଆଜି ଲଞ୍ଚ ହେବ । ଏହି ମିଶନ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି, କାରଣ 8ଦିନ ପାଇଁ ଯାଇ ଗତ 3ମାସ ଧରି ମହାକାଶରେ ଫସିଥିବା ସୁନୀତା ୱିଲିୟମ୍ସ ଓ ସହଯୋଗ ବୁଚ୍‌ ୱିଲମୋରଙ୍କୁ ଏହା ଉଦ୍ଧାର କରିବ । ଏହି 2 ମହାକାଶଚାରୀ ଏବେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ରହିଛନ୍ତି । ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏମାନେ ଧାର୍ଯ୍ୟ ସମୟରେ ପୃଥିବୀ ଫେରିପାରିନଥିଲେ ।

Also Read: ବାତ୍ୟା ସାଜିଲା ବାଧକ; ଘୁଞ୍ଚିଲା ମହାକାଶଚାରୀ ସୁନୀତାଙ୍କ ରେସ୍କ୍ୟୁ ମିଶନ - Sunita rescue mission launch delay

କେବେ ଲଞ୍ଚ ସମୟ ଧାର୍ଯ୍ୟ ହୋଇଥିଲା ?

ପୂର୍ବରୁ କ୍ରୁ-9 ମିଶନ ଲାଗି ସେପ୍ଟେମ୍ବର 26 ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ହଠାତ ବାତ୍ୟା ହେଲିନ ଯୋଗୁଁ ଏହାକୁ ସ୍ଥଗିତ ରଖାଗଲା । ଏହି ମିଶନର ସ୍ପେଶକ୍ରାଫ୍ଟ କାପେ କାନଭେରାଲରୁ ଲଞ୍ଚ ହେବାର ଥିଲା, ମାତ୍ର ଏଠାରେ ମଧ୍ୟ ବାତ୍ୟାର ପ୍ରଭାବ ପଡ଼ିବାକୁ ଥିବାରୁ ଏହି ମିଶନ ଲଞ୍ଚ ତାରିଖକୁ ଆଜି (ଶନିବାର)କୁ ଘୁଞ୍ଚାଯାଇଥିଲା ।

ଐତିହାସିକ Crew-9 ମିଶନ:-

କ୍ରୁ-9 ମିଶନକୁ ଐତିହାସିକ ବୋଲି କୁହାଯାଉଛି । କାରଣ କାଭେ କାନଭେରାଲରୁ ପ୍ରଥମ କରି କ୍ରୁ ମିଶନ ଲଞ୍ଚ ହେଉଛି । ଅର୍ଥାତ ଏହି ମିଶନଟି ମନୁଷ୍ୟକୁ ନେଇ ମହାକାଶକୁ ଯାତ୍ରା କରିବ । କ୍ରୁ-9 ମିଶନର ନେତୃତ୍ବ ନେଉଥିବା ନାସା ମହାକାଶଚାରୀ ନିକ୍‌ ହଗ୍‌ ଓ ଋଷୀୟ କସମୋନଟ୍‌ ଆଲେକଜାଣ୍ଡର ମହାକାଶକୁ ଯାତ୍ରା କରି ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ 5ମାସ ପର୍ଯ୍ୟନ୍ତ ରହିବେ । ଏହି ସ୍ପେଶକ୍ରାଫ୍ଟରେ 4ଟି ସିଟ୍‌ ଥିବା ବେଳେ 2ଟି ସିଟ୍‌ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବ୍ୟାରି ୱିଲମୋରଙ୍କ ପାଇଁ ଖାଲି ରହିଛି । ଆସନ୍ତା ବର୍ଷ 2025 ଫେବୃଆରୀରେ ଏହି ସ୍ପେଶକ୍ରାଫ୍ଟରେ ପୃଥିବୀ ଫେରିବେ ସୁନୀତା ଓ ସହଯୋଗୀ ୱିଲମୋର ।

Also Read: Boeing Starliner Return: ମହାକାଶରୁ ଖାଲି ସିଟ୍‌ ଫେରିଲା ଷ୍ଟାରଲାଇନର; ସୁନୀତା କେଉଁଠି ରହିବେ କଣ କରିବେ ? - Sunita says goodbye to Starliner

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.