ETV Bharat / sports

ଦ୍ବିତୀୟ ଦିନ ଖେଳ ଧୋଇଦେଲା ବର୍ଷା; ଷ୍ଟାଡିୟମରୁ ହୋଟେଲ ଫେରିଗଲେ ଖେଳାଳି - IND vs BAN Test - IND VS BAN TEST

IND vs BAN 2nd Test : କାନପୁରରେ ମ୍ୟାଚ୍‌ ଖେଳାଇ ଦେଉନି ବର୍ଷା । ଦ୍ବିତୀୟ ଦିନରେ ଲଗାଣ ବର୍ଷା ପରେ ହୋଟେଲ ଫେରିଗଲେ ଦୁଇ ଦେଶର ଖେଳାଳି । ଅଧିକ ପଢ଼ନ୍ତୁ

IND vs BAN Test
IND vs BAN Test (IANS Photo)
author img

By ETV Bharat Sports Team

Published : Sep 28, 2024, 3:14 PM IST

କାନପୁର (ଉତ୍ତର ପ୍ରଦେଶ) : ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନ ସମ୍ପୂର୍ଣ୍ଣ ଧୋଇ ନେଇଛି ବର୍ଷା । ଉତ୍ତର ପ୍ରଦେଶର କାନପୁରସ୍ଥିତ ଗ୍ରୀନ ପାର୍କ ଷ୍ଟାଡିୟମରେ ମ୍ୟାଚ୍‌ର ପ୍ରଥମ ଦିନ ବର୍ଷା କାରଣରୁ ଖେଳ ପ୍ରାୟ ଅଢ଼େଇ ଘଣ୍ଟା ପୂର୍ବରୁ ଶେଷ ହୋଇଥିଲା । ହେଲେ ଦ୍ବିତୀୟ ଗୋଟିଏ ହେଲେ ବଲ୍‌ ପଡ଼ିବା ସମ୍ଭବ ହୋଇନାହିଁ । ଲଗାଣ ବର୍ଷା ପରେ ଶେଷରେ ଷ୍ଟାଡିୟମରୁ ହୋଟେଲ ଫେରିଯାଇଛନ୍ତି ଉଭୟ ଭାରତୀୟ ଓ ବାଂଲାଦେଶୀ ଖେଳାଳି ।

ହୋଟେଲ ଫେରିଗଲେ ଖେଳାଳି :-

କାନପୁରରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ବର୍ଷା ଭିଲିଆନ୍ ହୋଇ ରହିଛି । ପ୍ରଥମ ଦିନରେ କେବଳ 35 ଓଭର ଖେଳାଯାଇଥିଲା ଏବଂ ଦ୍ବିତୀୟ ଦିନରେ ଗୋଟିଏ ବି ବଲ୍ ବୋଲିଂ ନହୋଇ ଖେଳକୁ ଶେଷ କରାଯାଇଛି । ବର୍ତ୍ତମାନ ANI ଏକ ଭିଡିଓ ସେୟାର କରିଛି ଯେଉଁଥିରେ, ଟିମ୍ ଇଣ୍ଡିଆ ଷ୍ଟାଡିୟମରୁ ହୋଟେଲରେ ଯାଇ ପହଞ୍ଚିଛି । ଏହି ଭିଡିଓରେ ଭାରତୀୟ ଦଳ ବସ୍ ଯୋଗେ ଟିମ୍ ହୋଟେଲକୁ ଫେରୁଥିବା ଦେଖାଯାଇଛି । ବର୍ଷା ଛାଡିବାର କୌଣସି ସମ୍ଭାବନା ଦେଖାଯାଇନଥିଲା ଏବଂ ଗ୍ରୀନ୍ ପାର୍କରେ ଦ୍ବିତୀୟ ଦିନର ଖେଳ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି ।

ଅଢ଼େଇ ଘଣ୍ଟା ପୂର୍ବରୁ ସରିଥିଲା ପ୍ରଥମ ଦିନ ଖେଳ :-

ଭାରତ ଓ ବାଂଲାଦେଶ ବିପକ୍ଷରେ ଆଜି (ଶୁକ୍ରବାର)ଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି । ପ୍ରାୟ ଅଢ଼େଇ ଘଣ୍ଟା ପୂର୍ବରୁ ଆଜିର ଖେଳକୁ ବନ୍ଦ କରିଦିଆଯାଇଛି । ତେବେ କାନପୁରରେ ବର୍ଷା କାରଣରୁ ଆଜିର ଖେଳ ଆଗକୁ ବଢ଼ିପାରି ନାହିଁ । ମ୍ୟାଚ୍‌ରେ ଟସ୍‌ ପଡ଼ିବାରେ ମଧ୍ୟ ବିଳମ୍ବ ହୋଇଥିଲା । ବର୍ଷା କାରଣରୁ ଲଞ୍ଚ ବ୍ରେକ୍‌ ମଧ୍ୟ ଶୀଘ୍ର ହୋଇଥିଲା । ଶେଷରେ ପୁଣିଥରେ ବର୍ଷା ବ୍ୟାଘାତ କାରଣରୁ ଖେଳକୁ ଆଜି ଶୀଘ୍ର ଶେଷ କରିଦିଆଯାଇଛି । ଆଜିର ଖେଳ ଶେଷ ସୁଦ୍ଧା ବାଂଲାଦେଶ 35 ଓଭର ବ୍ୟାଟିଂ କରିବା ସହ 3 ବହୁମୂଲ୍ୟ ୱିକେଟ ହରାଇ 107 ରନ ସ୍କୋର କରିଛି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.