ETV Bharat / technology

ଭାରତରେ କିପରି ଚାଲିଛି ମେଡ ଇନ ଇଣ୍ଡିଆ iPhone 16 ସେଲ୍‌ ? ଜାଣନ୍ତୁ - Demand on Made in India iPhone 16 - DEMAND ON MADE IN INDIA IPHONE 16

iPhone 16 Sell: ନିକଟରେ ଆପଲ୍‌ ଆଇଫୋନର ଲାଟେଷ୍ଟ ଭର୍ସନ iPhone 16 ସେଲ୍‌ ଆରମ୍ଭ ହୋଇଛି । ତେବେ ଭାରତରେ ଏହାର ସେଲ୍‌ କିପରି ଚାଲିଛି ? ଗ୍ରାହକ ଏହାକୁ ପସନ୍ଦ କରିଛନ୍ତି ନାହିଁ ଜାଣନ୍ତୁ...

DEMAND ON MADE IN INDIA IPHONE 16
DEMAND ON MADE IN INDIA IPHONE 16 (ETV Bharat)
author img

By ETV Bharat Tech Team

Published : Sep 28, 2024, 3:41 PM IST

ହାଇଦ୍ରାବାଦ: ଆପଲ୍‌ର ଲାଟେଷ୍ଟ ଆଇଫୋନ 16 ଗତ ସେପ୍ଟେମ୍ବର 9 ତାରିଖରେ ଲଞ୍ଚ ହୋଇଥିଲା । 20 ତାରିଖରୁ ଏହାର ସେଲ୍‌ ଆରମ୍ଭ ହୋଇଥିଲା । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମେକ ଇନ ଇଣ୍ଡିଆର iPhone 16 ସ୍ମାର୍ଟଫୋନର ଚାହିଦା ଦେଶରେ ବୃଦ୍ଧି ପାଇଛି ବୋଲି ଟ୍ରେଡ ଆନାଲିଷ୍ଟ ମତ ରଖିଛନ୍ତି । ଆଇଫୋନରେ ଅନେକ ଲାଭଦାୟକ ଫିଚର ଥିବାରୁ ଲୋକେ ଏହାକୁ ପସନ୍ଦ କରୁଛନ୍ତି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।

ଦେଶରେ ବଢୁଛି ମେକ ଇନ ଇଣ୍ଡିଆ iPhone 16ର ଚାହିଦା:-

ଆପଲର ନିଜସ୍ବ 'ମେକ୍ ଇନ୍ ଇଣ୍ଡିଆ' ଆଇଫୋନ୍ 16 ଦେଶରେ ଚାହିଦା ଦେଖିବାକୁ ମିଳିଛି । ଶୁକ୍ରବାର ବାଣିଜ୍ୟ ବିଶ୍ଳେଷକଙ୍କ ଅନୁଯାୟୀ ଆକର୍ଷଣୀୟ ଆର୍ଥିକ ଯୋଜନା ଏବଂ ଆପଲ୍ ରିଟେଲ ଷ୍ଟୋରରେ ତଥା ଅନଲାଇନ୍ରେ ଟ୍ରେଡ୍ ଇନ୍ ଅଫର ଯୋଗୁଁ ନୂତନ ଆଇଫୋନ୍ ଦ୍ରୁତ ଗତିରେ ବିକ୍ରି ହେଉଛି । ଏହି ଫୋନରେ କ୍ୟାମେରା କଣ୍ଟ୍ରୋଲ୍, ଏକ ଶକ୍ତିଶାଳୀ 48 MP ଫ୍ୟୁଜନ୍ ଲେନ୍ସ ସିଷ୍ଟମ୍ (ଗୋଟିଏରେ ଦୁଇଟି ଅପ୍ଟିକାଲ୍-ଗୁଣାତ୍ମକ କ୍ୟାମେରା), ନୂତନ A18 ଚିପ୍ ଏବଂ ଉନ୍ନତ ବ୍ୟାଟେରୀ ଲାଇଫ୍‌ ଭଳି ଅନେକ ମହତ୍ବପୂର୍ଣ୍ଣ ଫିଚର ଅଛି । କାଉଣ୍ଟର ପଏଣ୍ଟ ରିସର୍ଚ୍ଚର ଉପସଭାପତି ନୀଲ ଶାହା କହିଛନ୍ତି ଯେ ଦେଶରେ ଆଇଫୋନ୍ 16 ପ୍ରତି ଉତ୍ସାହ ପ୍ରକୃତରେ ବହୁତ ଭଲ ।

iPhone 16ରେ କଣ ଖାସ ?

କ୍ୟାମେରା ନିୟନ୍ତ୍ରଣ ଆପଣଙ୍କୁ ଶୀଘ୍ର କ୍ୟାମେରା ଖୋଲିବାକୁ, ଫଟୋ କ୍ଲିକ୍ କରିବାକୁ ଏବଂ ଭିଡିଓ ରେକର୍ଡିଂ ଆରମ୍ଭ କରିବାକୁ ଅନୁମତି ଦିଏ । ତେଣୁ ଉପଭୋକ୍ତାଙ୍କୁ ଅଯଥା ସମୟ ଅପଚୟ କରିବାକୁ ପଡ଼ିବ ନାହିଁ । ଏହି ସ୍ମାର୍ଟଫୋନରେ ଥିବା ଜୁମ୍, ଏକ୍ସପୋଜର୍ ଆଦି ଉପରେ ଧ୍ୟାନ ଦେବା ପାଇଁ କ୍ୟାମେରା କଣ୍ଟ୍ରୋଲ ଉପରେ ଟାପ କରି ଜଣେ ଭଲ ଫଟୋ କିମ୍ବା ଭିଡିଓ ସୁଟ୍ କରିପାରିବ ।

Also Read: ଲଞ୍ଚ ହେଲା ଆପଲ୍‌ iPhone 16 ସିରିଜ; ଆମେରିକା ତୁଳନାରେ ଭାରତରେ କେତେ ଦାମ ? ଜାଣନ୍ତୁ - Apple iPhone 16 series launched

ଚିପସେଟ୍‌: iPhone 16 ଓ ଏହାର Plus ମଡେଲରେ ଆପଲ୍‌ର ଲାଟେଷ୍ଟ A18 ଚିପସେଟ୍‌ ମିଳିବ । ଯାହାକି 3nm ଟେକ୍ନୋଲୋଜିର ସେକେଣ୍ଡ ଜେନେରେସନ । କମ୍ପାନୀର କହିବାନୁସାରେ iPhone 16 ୟୁଜରଙ୍କୁ iPhone 15 ତୁଳନାରେ 30 ପ୍ରତିଶତ ଅଧିକ ଫାଷ୍ଟ ପରଫର୍ମାନ୍ସ ସୁବିଧା ଦେଉଛି । ସେହିପରି iPhone 16 Pro ଓ iPhone 16 Pro Maxରେ A18 Pro ଚିପସେଟ ଆସୁଛି । ଯାହାକି A17 Pro ଚିପସେଟ୍‌ ତୁଳନାରେ 20% ଅଧିକ କ୍ଷିପ୍ର ଗତିରେ କାମ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.