ETV Bharat / city

ମାହାଙ୍ଗା ଡବଲ ମର୍ଡର ଘଟଣା: ଗିରଫ ସଂଖ୍ୟା 7କୁ ବୃଦ୍ଧି - Mahanga Murder case

ମାହାଙ୍ଗା ବିଜେପି ନେତା ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ମାହାଙ୍ଗା ଡବଲ ମର୍ଡର ଘଟଣା
ମାହାଙ୍ଗା ଡବଲ ମର୍ଡର ଘଟଣା
author img

By

Published : Jan 7, 2021, 9:16 AM IST

Updated : Jan 7, 2021, 7:07 PM IST

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ଗ୍ରାମଞ୍ଚଳ ପୋଲିସ । ମୋଟ ଗିରଫ ସଂଖ୍ୟା 7କୁ ବୃଦ୍ଧି ପାଇଛି । ପ୍ରଥମେ ମାମଲାରେ ସମ୍ପୃକ୍ତ 4 ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ପରେ ଆଉ ଜଣଙ୍କୁ ଏବଂ ଆଜି(ଗୁରୁବାର) ଦୁଇଜଣଙ୍କୁ ଗିରଫ କରିଛି ପୋଲିସ ।

ମାହାଙ୍ଗାରେ ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କୁ କେହି ଦୁର୍ବୃତ୍ତ ଶନିବାର ରାତିରେ ନିର୍ମମ ଭାବେ ହତ୍ୟା କରିଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ବିଜେପି ଏଥିରେ ଶାସକ ଦଳର ଭୂମିକା ଥିବା ଅଭିଯୋଗ କରିବା ସହ ସିଧାସଳଖ ଆଇନମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ।

ସେହିପରି ଘଟଣାରେ ସମ୍ପୃକ୍ତି ଥିବାନେଇ ପ୍ରତାପ ଜେନାଙ୍କ ନାମରେ ଏତଲା ମଧ୍ୟ ଦାୟର କରିଛି ବିଜେପି ଯୁବ ମୋର୍ଚ୍ଚା । ଏପଟେ ପୋଲିସ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା କହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 7, 2021, 7:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.