ETV Bharat / city

ବିପଦ ସଙ୍କେତ ତଳେ ମହାନଦୀ ଜଳସ୍ତର - ନଦୀରେ କମୁଛି ଜଳସ୍ତର

ବିପଦ ସଙ୍କେତ ତଳେ ମହାନଦୀ ଜଳସ୍ତର । ମୁଣ୍ଡଳି ଦେଇ ୯ ଲକ୍ଷ ୬୪ ହଜାର ୩୧୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଅଧିକ ପଢନ୍ତୁ

ବିପଦ ସଙ୍କେତ ତଳେ ମହାନଦୀ ଜଳସ୍ତର
ବିପଦ ସଙ୍କେତ ତଳେ ମହାନଦୀ ଜଳସ୍ତର
author img

By

Published : Aug 19, 2022, 7:47 AM IST

କଟକ: କମୁଛି ମହାନଦୀ ଜଳସ୍ତର । ଉଭୟ ମହାନଦୀ ଓ କାଠଯୋଡ଼ିରେ ଜଳସ୍ତର ହ୍ରାସ ପାଉଛି । ବର୍ତ୍ତମାନ ଉଭୟ ନଦୀରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବନ୍ୟାଜଳ । ମୁଣ୍ଡଳି ଦେଇ ମହାନଦୀର ୯ ଲକ୍ଷ ୬୪ ହଜାର ୩୧୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଯୋବ୍ରା ଦେଇ ୪ ଲକ୍ଷ ୬୭ ହଜାର ୮୩୫ କ୍ୟୁସେକ୍ ଜଳ ପାସ୍ କରୁଛି । ନରାଜ ବ୍ୟାରେଜ ଦେଇ ୪ ଲକ୍ଷ ୮୫ ହଜାର ୪୨ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ତେବେ ଉଭୟ ମହାନଦୀ ଓ କାଠଯୋଡ଼ିରେ ବନ୍ୟାଜଳ କମୁଥିବାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ବିପଦ ସଙ୍କେତ ତଳେ ମହାନଦୀ ଜଳସ୍ତର

ଅନ୍ୟପଟେ ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୨.୬୦ ଫୁଟ ରହିଛି । ହୀରାକୁଦ ଡ୍ୟାମକୁ ୨ ଲକ୍ଷ ୯୪ ହଜାର ୬୪୭ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି ୪ ଲକ୍ଷ ୭୬ ହଜାର ୯୧୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.